ETV Bharat / sitara

‘ରାମସେତୁ’ର 45 ଜଣ ଜୁନିଅର ଆର୍ଟିଷ୍ଟ କୋରୋନା ସଂକ୍ରମିତ, ବନ୍ଦ ହେଲା ସୁଟିଂ

ଅକ୍ଷୟଙ୍କ ସମେତ ‘ରାମସେତୁ’ର ଆଉ 45 ଜଣଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଯାହାକୁ ନେଇ ଚିନ୍ତିତ ମେକର୍ସ । ବନ୍ଦ ହେଲା ଆଗାମୀ ସୁଟିଂ । ଅଧିକ ପଢନ୍ତୁ...

author img

By

Published : Apr 5, 2021, 8:54 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ରବିବାର ଖିଲାଡି ଅକ୍ଷୟ କୁମାରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନ କରିଛନ୍ତି । ଏନେଇ ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଥିଲେ । ‘ରାମସେତୁ’ ଫିଲ୍ମ ସୁଟିଂ ସମୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ କୋରୋନା ପରୀକ୍ଷା କରାଇବା କହିଥିଲେ । ହେଲେ ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ‘ରାମସେତୁ’ର 45 ଜଣ ଜୁନିଅର ଆର୍ଟିଷ୍ଟ କୋରୋନା ସଂକ୍ରମିତ ବାହାରିଛନ୍ତି ।

ଫେଡରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ସାଧାରଣ ସଚିବ ଅଶୋକ ଦୁବେ ସୂଚନା ଦେଇ କୁହିଛନ୍ତି, ‘ରାମସେତୁ ସେଟରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ସତ୍ତ୍ବେ ଆମ ଜୁନିଅର ଆର୍ଟିଷ୍ଟ ଆସୋସିଏସନର 45 ଜଣ କୋରୋନା ପଜିଟିଭ ବାହାରିଛନ୍ତି । ଯେଉଁମାନଙ୍କୁ ବର୍ତ୍ତମାନ କ୍ବାରେଣ୍ଟାଇନରେ ରଖାଯାଇଛି ।’

ସେହିପରି ଅକ୍ଷୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଫିଲ୍ମର ସୋମବାର ସୁଟ୍ ରଦ୍ଦ କରିଦେଇଛନ୍ତି ମେକର୍ସ । ଆସନ୍ତା 14, 15 ଦିନ ପରେ ପୁନଃ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.