ETV Bharat / sitara

କଙ୍ଗନାଙ୍କ ପରେ ବିଏମସି ଟାର୍ଗେଟରେ ଡିଜାଇନର ମନୀଷ - ମନୀଷ ମାଲହୋତ୍ରା ନ୍ୟୁଜ

ବଢି ଚାଲିଛି ବଲିଉଡ ସେଲିବ୍ରିଟିଙ୍କ ସମସ୍ୟା । ପ୍ରଥମେ ରିଆ, ପୁଣି କଙ୍ଗନା ଆଉ ଏବେ ମନୀଷ ମାଲହୋତ୍ରା । ବିଏମସି ତରଫରୁ ମିଳିଲା ନୋଟିସ୍ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 10, 2020, 1:08 PM IST

ମୁମ୍ବାଇ: ବୁଧବାର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ସ୍ଥିତ ପାଲିହିଲ୍‌ରେ ଥିବା ମଣିକର୍ଣ୍ଣିକା ଅଫିସ୍‌ ବିଏମସି ଦ୍ବାରା ଭଙ୍ଗାଯାଇଥିଲା । ହେଲେ ବମ୍ବେ ହାଇକୋର୍ଟ ଆବେଦନ ଶୁଣାଣିରେ ବିଏମସିର ଏହି କାର୍ଯ୍ୟ ଉପରେ ରୋକ ଲଗାଇଥିଲେ । ଯାହାପରେ କଙ୍ଗନାଙ୍କୁ ଆଶ୍ବସ୍ତି ମିଳିଥିଲା । ଇତିମଧ୍ୟରେ ଆଉ ଏକ ସେଲିବ୍ରିଟିଙ୍କୁ ବିଏମସି ତରଫରୁ ନୋଟିସ୍ ମିଳିଛି । ଯାହାକୁ ନେଇ ଚର୍ଚ୍ଚା । ଆଜ୍ଞା ହଁ, ବଲିଉଡର ଫେମସ ଡିଜାଇନର ମନୀଷ ମାଲହୋତ୍ରାଙ୍କୁ ବେଆଇନ ଭାବେ ତାଙ୍କ ନିବାସ ସ୍ଥାନକୁ ବାଣିଜ୍ୟକ ସମ୍ପତ୍ତିରେ ପରିଣତ କରିବା ପାଇଁ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହାର ଜବାବ ଦେବାକୁ ତାଙ୍କୁ 7 ଦିନ ସମୟ ଦିଆଯାଇଛି ।

ମନୀଷଙ୍କ ନିବାସ ମୁମ୍ବାଇର ପାଲିହିଲ୍‌ରେ ଅବସ୍ଥିତ ନିର୍ମାଣ କାର୍ଯ୍ୟ ଉପରେ ବିଏମସି ଆପତ୍ତି ଉଠାଇଛି । ପ୍ରକାଶ ଥାଉକି ବର୍ତ୍ତମାନ ବଲିଉଡର କିଛି ସେଲିବ୍ରିଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଶୁଣିବାକୁ ମିଳୁଛି ଯେ ବଲିଉଡର 80 ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଛନ୍ତି । ଯାହା ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ।

ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ଜଡିତ ଥିବା ଡ୍ରଗ୍ସ କନେକ୍ସନରେ ମଙ୍ଗଳବାର ଗିରଫ ହୋଇଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ଆଉ ସେ ନିଜ ବୟାନରେ ଅନେକ ସେଲିବ୍ରିଟିଙ୍କ ନାମ ନେଇଛନ୍ତି, ଯେଉଁମାନେ ଡ୍ରଗ୍ସ ଅଭ୍ୟସ୍ତ । ରିଆଙ୍କ ବୟାନକୁ ଆଧାର କରି ଏନସିବି ଖୁବଶୀଘ୍ର 25 ବଲିଉଡ ସେଲିବ୍ରିଟିଙ୍କୁ ସମନ ପଠାଇବ ବୋଲି ଶୁଣିବାକୁ ମିଳୁଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.