ETV Bharat / sitara

ୟାମିଙ୍କ ସହ ଘରେ ରହିବାକୁ ଡରୁଛନ୍ତି ସ୍ବାମୀ ଆଦିତ୍ୟ

author img

By

Published : Feb 12, 2022, 7:23 AM IST

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ 'A Thursday'ର ଟ୍ରେଲର ଦେଖିବା ପରେ ତାଙ୍କ ସ୍ବାମୀ ଆଦିତ୍ୟ ଧର ବହୁତ ଡରି ଯାଇଛନ୍ତି । କେବଳ ସେତିକି ନୁହେଁ, ସେ ୟାମିଙ୍କ ସହ ଘରେ ରହିବାକୁ ବହୁତ ମଧ୍ୟ ଡରୁଛନ୍ତି । ଅଧିକ ପଢନ୍ତୁ

ୟାମୀଙ୍କ ସହ ଘରେ ରହିବାକୁ ଡରୁଛନ୍ତି ସ୍ବାମୀ ଆଦିତ୍ୟ, ଟ୍ବିଟ ଭାଇରାଲ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଫିଲ୍ମ 'A Thursday'ର ଟ୍ରେଲର ଦେଖିବା ପରେ ତାଙ୍କ ସ୍ବାମୀ ଆଦିତ୍ୟ ଧର ବହୁତ ଡରି ଯାଇଛନ୍ତି । କେବଳ ସେତିକି ନୁହେଁ, ସେ ତାଙ୍କ ସହ ଘରେ ରହିବାକୁ ବହୁତ ଡରୁଛନ୍ତି । ଆମେ ଏହା କହୁ ନାହୁଁ, ଆଦିତ୍ୟ ଧର ନିଜେ ଟ୍ବିଟରରେ ସ୍ବୀକାର କରିଛନ୍ତି । ସସପେନ୍ସ ଥ୍ରୀଲର ଡ୍ରାମା ଚଳଚ୍ଚିତ୍ର 'A Thursday'ରେ ୟାମି ଗୌତମ ଜଣେ ଅପହରଣକାରୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ବିଦ୍ୟାଳୟରେ ନିରୀହ ଛୋଟ ପିଲାମାନଙ୍କୁ ଅପହରଣ କରିନେଉଛନ୍ତି ।

ୟାମୀ
ୟାମୀ

ଫିଲ୍ମର ଟ୍ରେଲର ସେୟାର କରି ଆଦିତ୍ୟ ଧର ଲେଖିଛନ୍ତି, ତୁମ ସହ ଘର ସେୟାର କରିବାକୁ ମୁଁ ଡରୁଛି । ଏହି ଟ୍ବିଟକୁ ରିପୋଷ୍ଟ କରି ୟାମି ଲେଖିଛନ୍ତି, 'ହାହାହା !!! ଭୟ କରିବାର କିଛି ନାହିଁ... ଶୀଘ୍ର ଘରେ ଦେଖା ହେବ ।' ୟାମି ଗୌତମଙ୍କ ଫିଲ୍ମର ଟ୍ରେଲର ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ।

ୟାମି ଗୌତମଙ୍କ ବ୍ୟତୀତ ଡିମ୍ପଲ୍ କାପାଡିଆ, ନେହା ଧୁପିଆ ଏବଂ ଅତୁଲ କୁଲକର୍ଣ୍ଣି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। 'A Thursday' OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । ଫିଲ୍ମ 'A Thursday'ରେ ନେହା ଧୁପିଆ ପୋଲିସ ଭୂମିକାରେ ଅଭିନୟ କରୁଛନ୍ତି। ଆଗାମୀ ସମୟରେ, ୟାମି ଗୌତମଙ୍କ ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଥିବାବେଳେ ଅନେକ ଫିଲ୍ମର ସୁଟିଂ ବାକି ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.