ମୁମ୍ବାଇ: 'ପଦ୍ମାବତୀ' ଅଭିନେତ୍ରୀ ଅଦିତୀ ରାଓ ହାଇଦ୍ରୀ ଏହି ସମୟରେ ସାଉଥ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ନିଜକୁ ନେଇ ଏକ ବଡ ଖୁଲାସା କରିଥିଲେ । ସେ ନିଜକୁ ଇଣ୍ଟରନେଟରେ ସର୍ଚ୍ଚ କରିବା ବନ୍ଦ କରିଦେଇଛନ୍ତି ବୋଲି ଏକ ଶୋରେ କହିଥିଲେ । ଏହା ପଛର କାରଣ ଆଶ୍ଚର୍ଯ୍ୟଜନ ।
ଅଦିତୀ ନିକଟରେ ଅନିତା ଶ୍ରଫ ଅଦଜାନିୟାଙ୍କ ଶୋରେ ପହଞ୍ଚଥିଲେ । କଥାବାର୍ତ୍ତା ସମୟରେ ସେ କହିଥିଲେ କି ଏକଦା ସେ ନିଜ ନାମ ଗୁଗଲରେ ସର୍ଚ କରିଥିଲେ । ଆଉ ରିଜଲ୍ଟରେ ତାଙ୍କ ନାମରେ ତାଙ୍କର ଅନେକ ବ୍ୟାକଲେସ ଫଟୋ ସାମ୍ନାକୁ ଆସିଥିଲା । ଯାହା ତାଙ୍କୁ ଆଦୌ ପସନ୍ଦ ଆସିନଥିଲା । ତେଣୁ ସେ ନିଜକୁ ଗୁଗଲରେ ସର୍ଚ କରିବା ହିଁ ବନ୍ଦ କରିଦେଇଛନ୍ତି ।
ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଅଦିତୀ ଫିଲ୍ମ 'ରକଷ୍ଟାର', 'ଭୂମି' ଏବଂ 'ଲଣ୍ଡନ ପ୍ୟାରେସ ନ୍ୟୁୟର୍କ' ଭଳି ଫିଲ୍ମରେ କାମ କରିସାରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ସଂଖ୍ୟା 41 ଲକ୍ଷ ।