ETV Bharat / sitara

ଆରମ୍ଭ ହେଲା ତାପସୀଙ୍କ ‘ରଶ୍ମୀ ରକେଟ’ ସୁଟିଂ - ଆରମ୍ଭ ହେଲା ସ୍ପୋର୍ଟ ଡ୍ରାମା ଫିଲ୍ମ ରଶ୍ମୀ ରକେଟର ସୁଟିଂ

ଖୁବଶୀଘ୍ର ପରଦାରେ ତାପସୀଙ୍କୁ ସ୍ପୋର୍ଟି ଅନ୍ଦାଜ ଦେଖିବେ ଦର୍ଶକ । କାରଣ ଦୀର୍ଘ ସମୟରୁ ବନ୍ଦ ପଡିଥିବା ଫିଲ୍ମ ‘ରଶ୍ମୀ ରକେଟ’ର ସୁଟିଂ ଆରମ୍ଭ କରିଛନ୍ତି ସେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Nov 4, 2020, 11:22 AM IST

ମୁମ୍ବାଇ: ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ନିକଟରେ ସେ ଚର୍ଚ୍ଚିତ ଫିଲ୍ମ ‘ହସୀନ ଦିଲରୁବା’ର ସୁଟିଂ ଶେଷ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ହର୍ଷବର୍ଦ୍ଧନ ରାଣେ ଓ ବିକ୍ରାନ୍ତ ମେସି ଦେଖାଯିବେ । ସେହିପରି ସେ ଗତ ବର୍ଷରୁ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ମଧ୍ୟ ଚର୍ଚ୍ଚାରେ । କୋରୋନା ସଙ୍କଟ ପାଇଁ ଅଧାରେ ବନ୍ଦ ଥିଲା ଫିଲ୍ମରେ ସୁଟିଂ । ହେଲେ ଏବେ ଆରମ୍ଭ ହୋଇଛି ଏହାର ସୁଟିଂ ବୋଲି ପ୍ରଯୋଜକ ରୋନି ସ୍କ୍ରୁୱାଲାଙ୍କ ବ୍ୟାନର ଆରଏସଭିପି ମଙ୍ଗଳବାର ଏହାର ଘୋଷଣା କରିଛି ।

ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଆକାଶ ଖୁରାନା । ଫିଲ୍ମ ସୁଟିଂର ଘୋଷଣା ଆରଏସଭିପିର ଟ୍ବିଟରରେ କରାଯାଇଛି। ଆଉ ଯେଉଁଥିରେ ଲେଖାଯାଇଛି, ‘ଆମେ ଶୀଘ୍ର ଟ୍ରାକରେ କେବଳ ଗୋଟିଏ ନାମ ଶୁଣିବାକୁ ଯାଉଛୁ । ଆଜି ରଶ୍ମୀ ରକେଟ୍ ସୁଟିଂ ଆରମ୍ଭ କଲୁ ।’ ନିକଟରେ ରିଲିଜ ହୋଇଥିବା ୱେବ ସିରିଜ ‘ମିର୍ଜାପୁର 2’ରେ ନଜର ଆସିଥିବା ଆକ୍ଟର ପ୍ରିୟାଂଶୁ ପାନୁଲି।

ପ୍ରକାଶ ଥାଉକି ‘ରଶ୍ମୀ ରକେଟ’ର କାହାଣୀ ଜଣେ ଝିଅ ଉପରେ ଆଧାରିତ । ଯିଏ ଦୃତଗତିରେ ଦୌଡି ପାରିବାର ବରଦାନ ପାଇଛନ୍ତି । ଏହି ଅବିଶ୍ବାସନୀୟ କ୍ଷମତାକୁ ଦେଖି ଗାଁ ଲୋକେ ତାଙ୍କୁ ରକେଟର ନାଁରେ ଡାକିବା ଆରମ୍ଭ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.