ETV Bharat / sitara

ସଞ୍ଜନାଙ୍କ ଉପରେ ରିୟାଙ୍କ ଅଭିଯୋଗ, ଶୁଣିଲେ କଡା ଜବାବ - ସଞ୍ଜନାଙ୍କ ଉପରେ ରିଆଙ୍କ ଅଭିଯୋଗ, ଶୁଣିଲେ କଡା ଜବାବ

ରିୟା ଧିରେ ଧିରେ କରି ଅନେକ ଲୋକଙ୍କ ଉପରେ ବର୍ତ୍ତମାନ ଅଭିଯୋଗ ଲଗାଇବାରେ ଲାଗିଛନ୍ତି । ପ୍ରଥମେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଆଉ ଏବେ ‘ଦିଲ ବେଚାରା’ ଅଭିନେତ୍ରୀଙ୍କ ଉପରେ ଦେଇଛନ୍ତି ବୟାନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 29, 2020, 6:07 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଜୁଲାଇ 24 ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା । ଯାହାକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଏହାସହ ଫିଲ୍ମଟି ସୋସିଆଲ ମିଡିଆରେ ବ୍ଲକବଷ୍ଟର ମଧ୍ୟ ସାଜିଥିଲା । ଗତ ବର୍ଷ ଫିଲ୍ମର ଅଭିନେତ୍ରୀ ସଞ୍ଜନା ସାଙ୍ଘୀ, ସୁଶାନ୍ତଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଫିଲ୍ମ ସୁଟିଂ ସମୟରେ ସୁଶାନ୍ତ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଏହି କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଦେଇଥିଲେ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଇତିମଧ୍ୟରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏହି ମାମଲାରେ ମୌନବ୍ରତ ଭାଙ୍ଗିଛନ୍ତି । ସେ ସଞ୍ଜନାଙ୍କ ଉପରେ ଏକ ସାକ୍ଷାତକାରରେ ଅଭିଯୋଗ ଲଗାଇଛନ୍ତି ।

ରିୟା କହିଥିଲେ, ‘ସୁଶାନ୍ତଙ୍କ ଉପରେ ଲାଗିଥିବା ଦୁର୍ବ୍ୟବହାର ଅଭିଯୋଗକୁ ଖୁବ୍ ବିଳମ୍ଭରେ ଖଣ୍ଡନ କରିଥିଲେ ସଞ୍ଜନା ।’ ସେପଟେ ରିୟାଙ୍କ ଏହି ଅଭିଯୋଗ ଉପରେ ସଞ୍ଜନାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ଆଉ କହିଛନ୍ତି, ‘ସଚ୍ଚୋଟ ରୂପେ ଦେଖିବାକୁ ଗଲେ ଜଣେ ମହିଳା ରୂପେ ମୁଁ ଏହି ସବୁ କିଛି ହୃଦୟରୁ କହିଥିଲି । ମୁଁ ପାଖାପାଖି 25ରୁ ଅଧିକ ସାକ୍ଷାତକାରରେ ଏହି କଥା ଉପରେ ଆଲୋଚନା କରିସାରିଲେଣି । ଏବେ ମୋ ପାଖରେ ରିୟାଙ୍କୁ ଜବାବ ଦେବା ପାଇଁ ଆଉ କିଛି ନାହିଁ ।’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.