ETV Bharat / sitara

ମହିଳା ଦିବସରେ ମା'ଙ୍କ ସହ ଫଟୋ ପୋଷ୍ଟ କଲେ ରିଆ

author img

By

Published : Mar 8, 2021, 2:03 PM IST

ଭାଇରାଲ ହେଲା ରିଆ ଚକ୍ରବର୍ତ୍ତୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ। ମହିଳା ଦିବସରେ ମା'ଙ୍କ ପାଇଁ ଲେଖିଲେ ଖାସ୍ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ଗତ ବର୍ଷରୁ ଆଇନ ସମସ୍ୟା ଦେଇ ଗତି କରିଆସୁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ହଟହଟା ସେ । ସେପଟେ ବଲିଉଡ ଡ୍ରଗ୍ସ କେସରେ ମଧ୍ୟ ଆସିସାରିଛି ତାଙ୍କ ନାମ । ତଥାପି ସାହସର ସହ ସେ ସବୁ ସମସ୍ୟାର ସାମ୍ନା କରୁଥିବାର ନଜର ଆସୁଛନ୍ତି । ଆଜି ମହିଳା ଦିବସ ଅବସରରେ ନିଜ ମା'ଙ୍କ ସହ ଏକ ସ୍ପେଶାଲ ଫଟୋ ପୋଷ୍ଟ କରି ପୁଣି ଦେଇଛନ୍ତି ସାହସିକତାର ପରିଚୟ ।

ସେ ମା'ଙ୍କ ହାତକୁ ଜାବୁଡି ଧରିଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ‘ଆମକୁ ମହିଳା ଦିବସର ଶୁଭେଚ୍ଛା ଜଣାଅ । ମା ଏବଂ ମୁଁ ଏକାଠି ସବୁବେଳେ । ମୋର ସାହସ, ମୋର ବିଶ୍ବାସ, ମୋର ପସନ୍ଦୀୟ ମୋ ମା' । ଲଭ ୟୁ।’

ପ୍ରକାଶ ଥାଉକି ନିକଟରେ ବଲିଉଡ ଡ୍ରଗ୍ସ କେସରେ ଏନଡିପିସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ଏନସିବି । ଯେଉଁଥିରେ 33 ଜଣ ଅଭିଯୁକ୍ତଙ୍କ ନାମ ସାମିଲ ଅଛି । ଯେଉଁମାନେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି । ଏହି କ୍ରମିରେ ସାମିଲ ଅଛି ରିଆ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ନାମ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.