ETV Bharat / sitara

କୋରୋନା ମୁକ୍ତ ହେଲେ ରକୁଲ

author img

By

Published : Dec 30, 2020, 10:00 AM IST

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଫ୍ୟାନ୍ସଙ୍କୁ କୋରୋନା ନେଗେଟିଭ ହେବା କଥା ଜଣାଇଲେ ରକୁଲ । ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘ମେ ଡେ’ର ସୁଟିଂ କରୁଥିବାର ସମୟରେ ସଂକ୍ରମିତ ହୋଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରକୁଲ ପ୍ରୀତ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରକୁଲ ପ୍ରୀତ ସିଂ

ମୁମ୍ବାଇ: ଗତ ସପ୍ତାହରେ କୋରୋନା କବଳରେ ଆସିଥିଲେ ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ତାଙ୍କ ସଂକ୍ରମିତ କଥା ଜାଣିବାପରେ ଚିନ୍ତିତ ହୋଇପଡିଥିଲେ ଫ୍ୟାନ୍ସ । ହେଲେ ମଙ୍ଗଳବାର ତାଙ୍କ କୋରୋନା ନେଗେଟିଭ ଆସିବା କଥା କହି ସମସ୍ତଙ୍କୁ ଖୁସି କରିଦେଇଛନ୍ତି ଅଭିନେତ୍ରୀ ।

ରକୁଲ କିଛି ଦିନ ପୂର୍ବରୁ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ମେ ଡେ’ର ସୁଟିଂ ହାଇଦ୍ରାବାଦରେ କରିଥିଲେ । ଆଉ ସୁଟିଂ ସେଟରେ ତାଙ୍କୁ କୋରୋନା ସଂକ୍ରମିତ ହେବା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା ।

ହେଲେ ଏବେ ସୁସ୍ଥ ହୋଇ ସେ ସୋସିଆଲ ମିଡିଆରେ ଜଣାଇଛି ଯେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛନ୍ତି । ଆଉ ସକାରତ୍ମକତା ସହ 2021ର ଅପେକ୍ଷା କରିଛନ୍ତି । ଏହାସହ ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି, ଯେଉଁମାନେ ତାଙ୍କ ପାଇଁ ସୁସ୍ଥ କାମନା କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରକୁଲ ପ୍ରୀତ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରକୁଲ ପ୍ରୀତ ସିଂ

ଏହାବ୍ୟତୀତ ସେ ଲୋକଙ୍କୁ କୋରୋନା ଭାଇରସ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.