ମୁମ୍ବାଇ: ନିକଟରେ ମସ୍ତାନୀ ସାଜି ନିଜ ବାଜିରାଓଙ୍କୁ ମୁମ୍ବାଇ ରାସ୍ତାରେ ଖୋଜୁଥିଲେ ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଏବେ ତାଙ୍କ ଅପେକ୍ଷାର ଅନ୍ତ ଘଟିଯାଇଛି । କାରଣ ତାଙ୍କୁ ମିଳିଯାଇଛି ତାଙ୍କ ବାଜିରାଓ । ଯାହାକୁ ନେଇ ରାଗିପାରନ୍ତି ଅଭିନେତ୍ରୀ ଦିଶା ପରମାର । ତେବେ ଆସନ୍ତୁ ଜାଣିବା ଏହାର କାରଣ...
କଥାଟି ହେଲା ଯେ ଫେମସ ଗାୟକ ରାହୁଲ ବୈଦ୍ୟଙ୍କୁ ନିଜ ବାଜିରାଓ କହୁଛନ୍ତି ରାକ୍ଷୀ । ଯାହାର ଖୁଲାସା ସେ ଇନଷ୍ଟାଗ୍ରାମରେ କରିଛନ୍ତି । ରାହୁଲଙ୍କ ସହ ନିଜର ମସ୍ତାନୀ ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ମତେ ମିଳିଗଲେ ମୋ ବାଜିରାଓ ।’
- " class="align-text-top noRightClick twitterSection" data="
">
ସେହିପରି ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ବାଜିରାଓ ବେଶରେ ନଜର ଆସୁଛନ୍ତି ରାହୁଲ । ହୁଏତଃ ରାକ୍ଷୀଙ୍କ ଫ୍ୟାନ୍ସଙ୍କୁ ଏହା ପସନ୍ଦ ଆସିଛି, କିନ୍ତୁ ତାଙ୍କର ଏହି ଅନ୍ଦାଜ ଦିଶାଙ୍କୁ କ୍ରୋଧିତ କରିପାରେ । କାରଣ ତାଙ୍କ ବୟଫ୍ରେଣ୍ଡ ରାହୁଲଙ୍କୁ ସେ ନିଜର ବାଜିରାଓ ବୋଲି କହିଛନ୍ତି । ହେଲେ ରାହୁଲ ଏହି ପୋଷ୍ଟରେ କମେଣ୍ଟ କରି ହସିବା ଇମୋଜି ଦେଇଛନ୍ତି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">