ETV Bharat / sitara

ପୁଣି ଥରେ ସମାନତା-ଅସମାନତା ଉପରେ ପ୍ରତିକ୍ରିୟା ରଖିଲେ ପିସି

ସବୁବେଳେ ବିନ୍ଦାସ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରା । ସମାଜରେ ଚାଲିଥିବା ସମାନତା, ଅସମାନତା ଉପରେ ଦେଲେ ବୟାନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Jul 16, 2020, 7:38 AM IST

ମୁମ୍ବାଇ: ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜ ଜଲୱା ଦେଖାଇସାରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସାମାଜିକ କାର୍ଯ୍ୟରେ ସବୁବେଳେ ସକ୍ରିୟ ରୁହନ୍ତି । ଇତିମଧ୍ୟରେ କଳା-ଗୋରା ଭେଦଭାବ, ଜାତିଭେଦଭାବ ଓ ଲିଙ୍ଗଗତ ସମାନତା-ଅସମାନତା ଉପରେ ନିଜ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ। ସେ ପୁଣି ଥରେ ସମଗ୍ର ବିଶ୍ବରେ ଚାଲିଥିବା ସମାନତା ଏବଂ ଅସମାନତା ବିଷୟରେ ଅନେକ କଥା ଆଲୋଚନା କରିଛନ୍ତି ।

ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦୁନିଆର ଅନେକ ସ୍ଥାନରେ ଝିଅଙ୍କ କଥା ଶୁଣାଯାଏ ନାହିଁ । ତାଙ୍କ ଜୀବନରେ ଯେକୌଣସି ନିଷ୍ପତ୍ତି ନିଆଯାଏ, ତାହା ଅନ୍ୟଙ୍କ ଦ୍ବାରା। ଝିଅଙ୍କୁ ଏହି ସୁଯୋଗ ମିଳୁନାହିଁ। କୋଭିଡ-19ର ଏହି ଯୁଗରେ ସାମାଜିକ ଦୂରତା ମଧ୍ୟ ବିଶେଷ ଅଧିକାର। କାରଣ ବହୁତ ଲୋକ ଗରିବ। ଯେଉଁମାନେ ଶରଣାର୍ଥୀଙ୍କ ପରି ରହୁଛନ୍ତି । ସେମାନଙ୍କ ପାଖରେ ଏତିକି ସୁବିଧା ନାହିଁ କି 6 ଫୁଟର ଦୂରତା ବଜାଇ ରଖିପାରିବେ।’

ମନେ ରଖନ୍ତୁ ଯେ ନିଶ୍ବାସ ନେବା ମଧ୍ୟ ସମସ୍ତଙ୍କ ଅଧିକାର। କାରଣ ଲୋକଙ୍କୁ ତାଙ୍କ ଶରୀରର ରଙ୍ଗ, ଲିଙ୍ଗ ଓ ଧର୍ମ ବ୍ୟତୀତ ମଧ୍ୟ ଅନ୍ୟ କାରଣ ପାଇଁ ହଇରାଣ କରାଯାଉଛି । ପରିବର୍ତ୍ତନ ଆଣିବା ପାଇ ସୋସିଆଲ ମିଡିଆରେ ଲକ୍ଷାଧିକ ଫଲୋଅର୍ସଙ୍କ ଆବଶ୍ୟକ ନାହିଁ । କେବଳ ଆପଣଙ୍କ ଇଚ୍ଛା ଶକ୍ତି ଦରକାର। କୌଣସି ବି ପଦକ୍ଷେପ ଛୋଟ ନଥାଏ। ସେହିପରି କୌଣସି ବୟସ କମ ନୁହେଁ ବୋଲି ପୋଷ୍ଟରେ ଲେଖିଛନ୍ତି ପ୍ରିୟଙ୍କା ।

ପ୍ରକାଶ ଥାଉକି ବର୍ତ୍ତମାନ ପ୍ରିୟଙ୍କା ସ୍ବାମୀ ନିକ ଜୋନସଙ୍କ ସହ ଆମେରିକାରେ ଅଛନ୍ତି । ଏହାସହ ସେ କିଛି ଟେଲିଭିଜନ ଶୋରେ ମଧ୍ୟ କାମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.