ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାରେ କୌଣସି ସୁଯୋଗ ଛାଡନ୍ତି ନାହିଁ । ହେଲେ ଏଥର ସେ ମା' ମଧୁ ଚୋପ୍ରାଙ୍କ ପାଇଁ ଲେଖିଛନ୍ତି । ବୁଧବାର ସେ ମା'ଙ୍କ 61ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସେ ଏକ ସ୍ପେଶାଲ ମୋଶନ ଭିଡିଓ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ମା' । ମୁଁ ଆମ ପରମ୍ପରାଙ୍କୁ ମିସ୍ କରୁଛି । ଯାହାଦ୍ବାରା ଆମେ ଏକାଠି ଏହି ଦିନକୁ ପାଳନ କରିଥାଆନ୍ତେ । ଲଭ ୟୁ । ଖୁବଶୀଘ୍ର ତୁମକୁ ଦେଖା କରିବି ।’
ସେହିପରି ସେ ଭିଡିଓରେ ମା' ପାଇଁ ଏକ ଲମ୍ବା ନୋଟ୍ ଲେଖିବା ସହ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ପ୍ରକାଶ ଥାଉକି ପ୍ରିୟଙ୍କାଙ୍କ ପୂର୍ବରୁ ତାଙ୍କ ସ୍ବାମୀ ତଥା ଆମେରିକା ପପ୍ ଗାୟକ ନିକ ଜୋନସ ମଧ୍ୟ ଶାଶୁ ମା'ଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିଥିଲେ ।