ମୁମ୍ବାଇ: ଖୁବଶୀଘ୍ର ହଲିଉଡର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ । ହେଲେ ଫିଲ୍ମ ପୂର୍ବରୁ ସେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ମନୋରଞ୍ଜନ କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ପିଲାବେଳ ଫଟୋ । ଯେଉଁଥିରେ ସେ ଇଣ୍ଡିଆନ ଆର୍ମି ୟୁନିଫର୍ମରେ ନଜର ଆସୁଛନ୍ତି । ତାଙ୍କ ଏହି ଫଟୋ ଏବେ ସମସ୍ତଙ୍କ ମନ କିଣିବାରେ ଲାଗିଛି ।
38 ବର୍ଷିୟ ପ୍ରିୟଙ୍କାଙ୍କ ପିତା ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ । ଆଉ ପିଲାବେଳେ ପିତାଙ୍କ ୟୁନିଫର୍ମ ପିନ୍ଧି ସବୁବେଳେ ତାଙ୍କ ଭଳି ହେବାକୁ ଚେଷ୍ଟା କରିଥିଲେ ସେ । ଯାହାର ବିଷୟରେ ତାଙ୍କ ଏହି ପୋଷ୍ଟରୁ ଜଣାପଡୁଛି ।
ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପିସି ଲେଖିଛନ୍ତି, ‘ଲିଟିଲ ପ୍ରିୟଙ୍କା । ମୋର ଆଗାମୀ ବହିର ଆଲବମରୁ ଏହା ଏକ ଫଟୋ । ମୁଁ ବାପାଙ୍କ ଆର୍ମି ୟୁନିଫର୍ମ ପିନ୍ଧି ଘର ଚାରିପାଖରେ ବୁଲୁଥିଲି । ମୋ ତାଙ୍କୁ ଅନୁସରଣ କରିବାକୁ ଭଲପାଉ ଥିଲି । ମୁଁ ବଡ ହୋଇ ତାଙ୍କ ପରି ହେବାକୁ ସବୁବେଳେ ଚେଷ୍ଟା କରୁଥିଲି । ସେ ମୋର ପ୍ରତିମା ଥିଲେ । ମୋ ବାପା ମୋର ଦୁଃସାହସିକ ଭାବନାକୁ ଉତ୍ସାହିତ କରିଥିଲେ । ମୁଁ ସବୁବେଳେ ଦୁଃସାହସିକ କାର୍ଯ୍ୟ ଖୋଜୁଥିଲି, କିଛି ନୂଆ ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲି | ମୋର ଏପରି କିଛି କରିବାକୁ ଚାହୁଁଥିଲି ଯାହା ପୂର୍ବରୁ କରାଯାଇ ନଥିବ, ଏପରି କିଛି ଆବିଷ୍କାର କରିବାକୁ ଯାହା ଏପର୍ଯ୍ୟନ୍ତ କେହି ପାଇ ନାହାଁନ୍ତି | ମୁଁ ସର୍ବଦା ପ୍ରଥମ ହେବାକୁ ଚାହୁଁଥିଲି । ଏହି ଉତ୍ସାହ ମୋତେ ପ୍ରତ୍ୟେକ ଦିନ, ପ୍ରତ୍ୟେକ କାର୍ଯ୍ୟରେ ଆଗକୁ ବଢାଇଥାଏ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ପ୍ରିୟଙ୍କା ବର୍ତ୍ତମାନ ନିଜର ବହି ‘ଅନଫିନିସଡ’ର କାହାଣୀ ଲେଖିବାରେ ବ୍ୟସ୍ତ ଅଛନ୍ତି । ଏହାସହ ସେ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ରେ ନଜର ଆସିବେ । ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ଫିଲ୍ମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ