ETV Bharat / sitara

ସୁଶାନ୍ତଙ୍କୁ ମନେ ପକାଇଲେ ଟିଭିର ନାଗିନ

author img

By

Published : Jun 26, 2020, 12:40 PM IST

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ମୌନୀ ରାୟ । ଏଥର ସେ ସୁଶାନ୍ତଙ୍କ ସହ ନିଜର ଫଟୋ ସେୟାର କରି ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରାୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରାୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ହେଲେ ତାଙ୍କ ଫ୍ୟାନ୍ସ, ବନ୍ଧୁ ଓ ସେଲିବ୍ରିଟି ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ତାଙ୍କ ସହ ବିତାଇଥିବା ସ୍ମୃତି ସେୟାର କରିବାରେ ଲାଗିଛନ୍ତି । ଇତିମଧ୍ୟରେ ତାଙ୍କ ବନ୍ଧୁ ତଥା ଫେମସ ଅଭିନେତ୍ରୀ ମୌନୀ ରାୟ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରି ତାଙ୍କୁ ମନେ ପକାଇଛନ୍ତି । ସେ ସେୟାର କରିଥିବା ଫଟୋରେ ସୁଶାନ୍ତ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନଜର ଆସୁଛନ୍ତି ।

ଫଟୋରେ ସୁଶାନ୍ତ ବ୍ଲୁ ଜିନ୍ସ ଓ ବ୍ଲାକ ଟି ସର୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି । ବର୍ତ୍ତମାନ ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ । ସେହିପରି ହିନା ଖାନ ସହ ଅନେକ ସେଲିବ୍ରିଟି ଏହି ଫଟୋରେ କମେଣ୍ଟ କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି ।

ମୌନୀ ଖାଲି ଏହି ଫଟୋ ନୁହେଁ ସେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ହାର୍ଟ ଇମୋଜି ମଧ୍ୟ ରଖିଛନ୍ତି । ପ୍ରକାଶ ଥାଉକି ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଜୁଲାଇ 24ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ସଞ୍ଜନା ସାଙ୍ଘୀ ବଲିଉଡରେ ଡେବ୍ୟୁ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.