ମୁମ୍ବାଇ: ବିବାଦ ପାଇଁ କଣ୍ଟ୍ରୋଭର୍ସି କୁଇନ ସାଜିଥିବା କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ବିରୋଧରେ ତୃତୀୟ ଥର ଅପରାଧିକ ମାମଲା ରୁଜୁ ହୋଇସାରିଲାଣି । ନିକଟରେ ତାଙ୍କ ନାମରେ ନ୍ୟାୟପାଳିକା ବିରୋଧରେ ଅପମାନଜକ ଟ୍ବିଟ କରିବା ପାଇଁ ଅପରାଧିକ ମାମଲା ରୁଜୁ କରାଯାଇଛି। ଗୋଟିଏ ମାମଲାରେ ପକ୍ଷ ରଖିବା ପାଇଁ ଦୁଇ ଭଉଣୀଙ୍କୁ ମୁମ୍ବାଇ ବାନ୍ଦ୍ରା କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । ହେଲେ ଏବେ ଲାଗୁଛି କଙ୍ଗନା ମୁମ୍ବାଇ ପୋଲିସ ସାମନରେ ଉପସ୍ଥିତ ହେବ ନାହିଁ ।
କାରଣ ରବିବାର ତାଙ୍କ ଓକିଲ ରିଜୱାନା ସିଦ୍ଦିକୀ ଏକ ଟ୍ବିଟ କରି ଏହାର ସୂଚନା ଦେଇଥିଲେ । ଆଉ କହିଥିଲେ, ‘କଙ୍ଗନା ଓ ରଙ୍ଗୋଲୀ 26, 27 ତାରିଖରେ ମୁମ୍ବାଇ ପୋଲିସ ଷ୍ଟେସନରେ ଉପସ୍ଥିତ ହୋଇପାରିବେ ନାହିଁ । ଏହି ସମୟରେ କଙ୍ଗନାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହ ଉତ୍ସବ ଘରେ ଚାଲିଛି । ସମନକୁ ନେଇ ଉତ୍ତର ଦିଆଯାଇଛି । ଆଉ ଆମେ ଆସନ୍ତା ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ସମୟ ମାଗିଛୁ।’
ଏହା ବ୍ୟତୀତ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ କଙ୍ଗନା ରଣାୱତଙ୍କ ଫାଇଟ୍ ପୁଣି ଆରମ୍ଭ ହୋଇଯାଇଛି । ରବିବାର କଙ୍ଗନାଙ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ ଉଦ୍ଧବ । ଆଉ ଯାହାର ଜବାବରେ ଟ୍ବିଟର ଝଡ ସୃଷ୍ଟି କରିଛନ୍ତି କଙ୍ଗନା ।