ETV Bharat / sitara

ବିକ୍କୀଙ୍କ ନାମ ଭୁଲ ଲେଖି ହଟହଟା କଙ୍ଗନା, ଭାଇରାଲ ହେଲା ମିମି

author img

By

Published : Sep 2, 2020, 7:53 PM IST

ପୁଣି ସୋସିଆଲ ମିଡିଆ ୟୁଜର୍ସଙ୍କ ସମାଲୋଚନାର ଶିକାର ବି-ଟାଉନର କୁଇନ । ଏଥରେ ସେ ଅଭିନେତା ବିକ୍କୀଙ୍କ ଭୁଲ ନାମ ଲେଖି ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବିବାଦ ଓ କଙ୍ଗନା ରଣାୱତ ସବୁବେଳେ ପରସ୍ପର ସହ ଜଡିତ । ସେ ଯାହା ମଧ୍ୟ କରନ୍ତି, ତାହାକୁ ନେଇ ମଜାମସ୍ତି କରିବାରେ ଲାଗିଯାଆନ୍ତି ସୋସିଆଲ ମିଡିଆ ୟୁଜର୍ସ । ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ସେ କ୍ରମାଗତ ଭାବେ ପ୍ରତିକ୍ରିୟା ଦେଇଆସୁଛନ୍ତି । ହେଲେ ବୁଧବାର ସକାଳୁ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସେ ଏକ ପୋଷ୍ଟ କରି ବଲିଉଡର ଫେମସ ଅଭିନେତା ରଣବୀର ସିଂ, ରଣବୀର କପୁର, ଆୟନ ମୁଖାର୍ଜୀ ଓ ବିକ୍କୀ କୌଶଲଙ୍କୁ ଅନୁରୋଧ କରିଥିଲେ ଡ୍ରଗ ଟେଷ୍ଟ କରିବା ପାଇଁ । ଯାହାକୁ ନେଇ ପୁଣି ସୋସିଆଲ ମିଡିଆରେ ସେ ସମାଲୋଚନାର ଶିକାର ହୋଇଛନ୍ତି । ସେ ଏହି ପୋଷ୍ଟକୁ ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ଅଫିସକୁ ଟ୍ୟାଗ ମଧ୍ୟ କରିଥିଲେ ।

ହେଲେ ତାଙ୍କୁ ବର୍ତ୍ତମାନ ଟ୍ରୋଲ କରାଯିବାର କାରଣ ହେଲା ଯେ ସେ ବିକ୍କୀ କୌଶଲଙ୍କ ନାମ ଭୁଲ ଲେଖି ବିକ୍କୀ କୌଶିକ କରିଦେଇଥିଲେ । ଯାହା ଉପରେ ଟ୍ବିଟର ୟୁଜର୍ସ ମିମି ସେୟାର କରିବାରେ ଲାଗିଛନ୍ତି । ବିକ୍କୀ କୌଶିକ ସୋସିଆଲ ମିଡିଆରେ 5ଟି ଟପ ଟ୍ରେଣ୍ଡ ମଧ୍ୟରେ ବୁଧବାର ସାମିଲ ଅଛି ।

ସେହିପରି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ ବିକ୍କୀ କୌଶିକ କିଏ ? ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଏହି ଭୁଲ ତ ସମସ୍ତେ କରନ୍ତି ।’ ଆଉ ଜଣେ ୟୁଜର ମଜାଦାର ମିମି ସେୟାର କରି ଲେଖିଛନ୍ତି, ‘ବିକ୍କୀ କଙ୍ଗନାଙ୍କ ପୋଷ୍ଟ ଦେଖିବା ପରେ ଏହି ଗୀତ ଗାଇବେ, ହାମ ଦୋନୋ ହେ ଅଲଗ-ଅଲଗ ହାମ ଦୋନୋ ହେ ଜୁଦା ଜୁଦା ।’ ଏହିପରି ଅନେକ ମିମି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.