ETV Bharat / sitara

ମଙ୍ଗଳବାର ମୁମ୍ବାଇ ଯାତ୍ରା କରିବେ କଙ୍ଗନା, ହିମାଚଳରେ ଟେଷ୍ଟ ହେଲା କୋରୋନା

ମୁମ୍ବାଇ ଫେରିବା ପୂର୍ବରୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ କୋରୋନା ଟେଷ୍ଟ କରାଯାଇଛି । ମେଡିକାଲ ଟିମ ତାଙ୍କ ମନାଲୀ ଘରେ ପହଞ୍ଚି ବ୍ଲଡ ସାମ୍ପଲ ନେଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Sep 7, 2020, 5:45 PM IST

ମୁମ୍ବାଇ: ଅନେକ ବାଦବିବାଦ ପରେ ମଙ୍ଗଳବାର ମୁମ୍ବାଇ ଯାତ୍ରା କରିବେ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ସୋମବାର ତାଙ୍କ ଗୃହ ମନ୍ତ୍ରାଳୟ ତରଫରୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ନିଷ୍ପତ୍ତି ନିଆଯାଇଛି । କାରଣ ତୀବ୍ର ହେଉଛି କଙ୍ଗନା ଓ ଶିବସେନା ମଧ୍ୟରେ ବିବାଦ । ସେପଟେ ଗ୍ରେଟର ନୋଏଡାରେ ମଧ୍ୟ କଙ୍ଗନାଙ୍କ ସମର୍ଥନରେ ମୈଇଦାନକୁ ଓହ୍ଲାଇଛନ୍ତି ରାଜପୁତ କରଣୀ ସେନା । ଆଉ ଏବେ ଶୁଣିବାକୁ ମିଳୁଛି ଆସନ୍ତାକାଲି(ମଙ୍ଗଳବାର) ମୁମ୍ବାଇ ଯାତ୍ରା କରିବେ କଙ୍ଗନା । ଯାହା ପାଇଁ ତାଙ୍କ କୋରୋନା ଟେଷ୍ଟ କରାଯାଇଛି । ମେଡିକାଲ ଟିମ କଙ୍ଗନାଙ୍କ ମନାଲି ଘରେ ପହଞ୍ଚି ବ୍ଲଡ ସାମ୍ପଲ ନେଇଛନ୍ତି । କାରଣ ମୁମ୍ବାଇରେ ପହଞ୍ଚିବାର ଦୁଇ ଦିନ ପୂର୍ବରୁ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ଆସିବା ଦରକାର ।

ଏହାର ସୂଚନା ଦେଇ ନାଗର ହେଲ୍ଥ ସେକ୍ସନର ଡାକ୍ତର ରଞ୍ଜୀତ କହିଛନ୍ତି ଯେ କଙ୍ଗନାଙ୍କ ସହ ତାଙ୍କ ଭଉଣୀ ତଥା ମ୍ୟାନେଜର ରଙ୍ଗୋଲୀ ଚାନ୍ଦେଲଙ୍କ ବ୍ଲଡ ସାମ୍ପଲ ନିଆଯାଇଛି କୋରୋନା ଟେଷ୍ଟ ପାଇଁ । ଯାହାର ରିପୋର୍ଟ ସନ୍ଧ୍ୟା ସୁଧା ଆସିବ ।

ପ୍ରକାଶ ଥାଉକି ନିକଟରେ କଙ୍ଗନା ଟ୍ବିଟ କରି ମୁମ୍ବାଇ ପରିସ୍ଥିତିକୁ ପାକିସ୍ତାନ ସହ ତୁଳନା କରିଥିଲେ । ଯେଉଁଥିରେ କ୍ରୋଧିତ ହୋଇ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଧମକ ଦେଇଥିଲେ ମୁମ୍ବାଇ ନଫେରିବାକୁ । କଙ୍ଗନା ମଧ୍ୟ ସଞ୍ଜୟଙ୍କୁ କଡା ଧମକ ଦେଇ ଆଉ ଏକ ଟ୍ବିଟରେ ଲେଖିଥିଲେ, ‘ମୁଁ ମୁମ୍ବାଇ ଆସନ୍ତା 9 ତାରିଖରେ ଫେରିବି । ଆଉ ଏୟାରପୋର୍ଟରେ ପହଞ୍ଚି ସମସ୍ତଙ୍କୁ ଜଣାଇବି ମୁଁ ମୁମ୍ବାଇରେ ପହଞ୍ଚିଲି ବୋଲି । କାହା ବାପାର ସାହସ ଅଛି ଯଦି ମତେ ଅଟାକାଇ ଦେଖାନ୍ତୁ ।’ ତାଙ୍କ ଏହି ବିବାଦୀୟ ବୟାନ ପରଠୁ ଶିବସେନାର ଅନେକ ନେତା ବର୍ତ୍ତମାନ ତାଙ୍କ ବିରୋଧରେ ନଜର ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.