ETV Bharat / sitara

କଙ୍ଗନା-ଶବାନା ବିବାଦ, ଏଣ୍ଟ୍ରି ମାରିଲେ ରଙ୍ଗୋଲୀ

author img

By

Published : Oct 7, 2020, 3:06 PM IST

ସୋସିଆଲ ମିଡିଆରେ ଶବାନାଙ୍କୁ ଜବାବ ଦେଲେ ରଙ୍ଗୋଲୀ । କଙ୍ଗନା ଓ ଶବାନାଙ୍କ ଯୁକ୍ତିତର୍କରେ ଏଣ୍ଟ୍ରି ମାରିଲେ ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ଓ କୁଇନ କଙ୍ଗନା ରଣାୱତଙ୍କ ମଧ୍ୟରେ କିଛି ଦିନ ହେବ ବୟାନବାଜି ଚାଲିଛି । ବାରମ୍ବାର ବଲିଉଡ ବିରୁଦ୍ଧରେ ଅଭିଯୋଗ କରୁଥିବା କଙ୍ଗନାଙ୍କ ଉପରେ କ୍ରୋଧିତ ହୋଇ ମଙ୍ଗଳବାର ଶବାନା ଏକ ସାକ୍ଷାତକାରରେ ତାଙ୍କୁ ଅନେକ କଥା ଶୁଣାଇଥିଲେ ।

ତାଙ୍କ ଅନୁଯାୟୀ କଙ୍ଗନା ଅନ୍ୟ ଜିନିଷ ଉପରେ ଧ୍ୟାନ ନଦେଇ ନିଜ ଅଭିନୟ ଉପରେ ମନ ଦେଲେ ଭଲ ହୁଅନ୍ତା । ଇତିମଧ୍ୟରେ ତାଙ୍କ ଏହି ବୟାନରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନାଙ୍କ ଭଉଣୀ ତଥା ତାଙ୍କ ମ୍ୟାନେଜର ରଙ୍ଗୋଲୀ ଚାନ୍ଦେଲ ।

ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ଦେଖନ୍ତୁ ଆଉ ଏକ ସୁସାଇଡ ଗ୍ୟାଙ୍ଗକୁ । ଡିୟର ଶବାନା ମୁଁ ତୁମକୁ ଏବଂ ତୁମ ସ୍ବାମୀଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି । ତୁମେ ଦୁହେଁ ନିଜ ଅଭିନୟ ଏବଂ କବିତା ମଧ୍ୟରେ କାହିଁକି ରହୁନ । ତୁମେ ଦୁହେଁ ଭାରତ ବିରୋଧୀ ରାଜନୀତିରେ ସକ୍ରିୟ ଭାବେ କାହିଁକି ଅଂଶଗ୍ରହଣ କରୁଛ? ଚର୍ଚ୍ଚାରେ ରହିବାକୁ? କିମ୍ବା ଆପଣ ଏହି ସମସ୍ୟାଗୁଡିକ ପାଇଁ ଅନୁଭବ କରୁଛନ୍ତି କି? ଯଦି ତୁମର ଭାରତ ବିରୋଧୀ ଏଜେଣ୍ଡା ସଠିକ୍, ତେବେ ଭାରତକୁ ସମର୍ଥନ କରୁଥିବା କଙ୍ଗନାଙ୍କ ଏଜେଣ୍ଡା କାହିଁକି ଠିକ୍ ହୋଇପାରିବ ନାହିଁ? ତାଙ୍କ ପାଇଁ ଏବଂ ତୁମ ପାଇଁ କାହିଁକି ଭିନ୍ନ ନିୟମ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.