ETV Bharat / sitara

କଙ୍ଗନାଙ୍କୁ ଦେଶ ଚିନ୍ତା, ବୃକ୍ଷରୋପଣ କରିବାକୁ କଲେ ଅପିଲ୍‌

author img

By

Published : May 26, 2021, 6:55 AM IST

କଙ୍ଗନାଙ୍କୁ ଘାରିଛି ଦେଶର ଚିନ୍ତା । ବାତ୍ୟା ତାଉ'ତେରେ ଉପୁଡି ଯାଇଥିବା ଗଛ ବିଷୟରେ କହି ମୁମ୍ବାଇ ଓ ଗୁଜରାଟ ସରକାରଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବୃକ୍ଷରୋପଣ କରିବାକୁ ଅନୁରୋଧ କଲେ କୁଇନ
ବୃକ୍ଷରୋପଣ କରିବାକୁ ଅନୁରୋଧ କଲେ କୁଇନ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ମଙ୍ଗଳବାର ଦିନ ବୃକ୍ଷରୋପଣ ଉପରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି ଯେ ପ୍ରଳୟକାରୀ ବାତ୍ୟା ତାଉ'ତେରେ ଅନେକ ଗଛ ଉପୁଡ଼ି ଯାଇଛି । ତେଣୁ ଆମକୁ ଅଧିକ ଗଛ ଲଗାଇବାକୁ ପଡିବ। ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ ।

ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଗଛ ଲଗାଉଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଥିଲେ, ‘ଆଜି ମୁଁ 20ଟି ବୃକ୍ଷରୋପଣ କଲି, ଆମେ କେବଳ କଣ ପାଇଲି ତାହା ପଚାରିଥାଉ, ବେଳେବେଳେ ଦୟାକରି ପଚାରନ୍ତୁ ମୁଁ ଏହି ଗ୍ରହକୁ କଣ ଦେଇଛି ? ସମ୍ପ୍ରତି ବାତ୍ୟା ତାଉ'ତେରେ ମୁମ୍ବାଇ 70 ଶତକଡାରୁ ଅଧିକ ଗଛ ହରାଇଲା ଏବଂ ଗୁଜରାଟ 50 ହଜାରରୁ ଅଧିକ ଗଛ ହରାଇଛି । ଏହି ଗଛଗୁଡିକ ବଢିବାକୁ ଦଶନ୍ଧି ସମୟ ଲାଗିବ, ଏହି କ୍ଷତି ପାଇଁ ଆମେ କାହାକୁ ଦାୟୀ କରିବା ? ଆମେ କିପରି ଆମର ସହରଗୁଡ଼ିକୁ କଂକ୍ରିଟ୍ ଜଙ୍ଗଲ ହେବାକୁ ପ୍ରତିରୋଧ କରୁଛୁ ? ଆମେ ନିଜକୁ ପଚାରିବା ଉଚିତ କି ଆମେ କର୍ତ୍ତୃପକ୍ଷଙ୍କୁ ସଠିକ୍ ପ୍ରଶ୍ନ ପଚାରିଥିଲୁ କି? ଆମେ ଆମ ଦେଶକୁ କଣ ଦେଉଛୁ?’

ଏହାସହ ସେ ମୂଲ୍ୟବୋଧ ଥିବା ବୃକ୍ଷ ରୋପଣ ପାଇଁ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ ଗୁଜରାଟ ସରକାରଙ୍କୁ ଅନୁରୋଧ ସେ ଆହୁରି ଲେଖିଛନ୍ତି, ‘ମୁଁ ମୁମ୍ବାଇର ଏବଂ ଗୁଜରାଟ ସରକାରଙ୍କୁ ନିମ, ଓସ୍ଥ ଏବଂ ବରଗଡ ଗଛ ଲଗାଇବାକୁ ଅନୁରୋଧ କରୁଛି । ଯେଉଁଠାରେ ବୃକ୍ଷଗୁଡ଼ିକ ଉପୁଡ଼ି ଯାଇଛି । ଉପରୋକ୍ତ ବୃକ୍ଷଗୁଡ଼ିକର ଔଷଧୀୟ ଗୁଣ ରହିଛି । କେବଳ ମାଟିକୁ ପୋଷଣ କରେ ନାହିଁ, ସେମାନେ ଅସାଧାରଣ ଅମ୍ଳଜାନ ମଧ୍ୟ ନିର୍ଗତ କରନ୍ତି । ଚାଲନ୍ତୁ ଆମର ସହରଗୁଡ଼ିକୁ ବଞ୍ଚାଇବା, ଆମର ବୃକ୍ଷଗୁଡ଼ିକୁ ଆମ ଗ୍ରହକୁ ସଂରକ୍ଷଣ କରିବା ଯାହା ଆମକୁ ବଞ୍ଚାଇବା ପାଇଁ ଏକମାତ୍ର ଉପାୟ ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.