ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ ରୂପେ ବେଶ୍ ଜଣାଶୁଣା କଙ୍ଗନା ରଣାୱତ । ସେ କୌଣସି ବି ସୁଯୋଗ ଛାଡନ୍ତି ନାହିଁ ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ କରିବାକୁ । ସବୁବେଳେ ଦେଶର ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜ ମତାମତ ଦେଉଥିବା କଙ୍ଗନା ଏଥର ନିଜକୁ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ସହ ତୁଳନା କରି ହଟହଟା ।
-
15 years ago Gangster released today, Shahrukh Khan ji and mine are the biggest success stories ever but SRK was from Delhi, convent educated and his parents were involved in films, I did not know a single word of English, no education, came from a remote village of HP and 1/2 pic.twitter.com/CEw72pvtds
— Kangana Ranaut (@KanganaTeam) April 28, 2021 " class="align-text-top noRightClick twitterSection" data="
">15 years ago Gangster released today, Shahrukh Khan ji and mine are the biggest success stories ever but SRK was from Delhi, convent educated and his parents were involved in films, I did not know a single word of English, no education, came from a remote village of HP and 1/2 pic.twitter.com/CEw72pvtds
— Kangana Ranaut (@KanganaTeam) April 28, 202115 years ago Gangster released today, Shahrukh Khan ji and mine are the biggest success stories ever but SRK was from Delhi, convent educated and his parents were involved in films, I did not know a single word of English, no education, came from a remote village of HP and 1/2 pic.twitter.com/CEw72pvtds
— Kangana Ranaut (@KanganaTeam) April 28, 2021
କଥାଟି ହେଲା ଯେ କଙ୍ଗନାଙ୍କ ଡେବ୍ୟୁ ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ ରିଲିଜକୁ ବୁଧବାର 15 ବର୍ଷ ପୂରଣ ହେଲା । ଏହି ଅବସରରେ କଙ୍ଗନା ନିଜ ସଫଳତାର ତୁଳନା ଶାହରୁଖଙ୍କ କ୍ୟାରିୟର ସହ କରିଥିଲେ । ଏହାସହ ନିଜ ସଂଘର୍ଷ ଦିନକୁ ମଧ୍ୟ ମନେ ପକାଇଥିଲେ । ହେଲେ ସବୁ କଥା ମଧ୍ୟରେ ସେ ଶାହରୁଖଙ୍କ ପିତା-ମାତା ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ରଖୁଥିବା କଥା କହି ଫ୍ୟାନ୍ସଙ୍କୁ କ୍ରୋଧିତ କରିଦେଇଥିଲେ । ଯେଉଁଥି ପାଇଁ ତାଙ୍କୁ ଏବେ ଟ୍ରୋଲ କରାଯାଉଛି ।
ସେହିପରି ଟ୍ବିଟରେ ଲେଖିଥିଲେ, ‘ଶାହରୁଖଙ୍କ ସଫଳତା କାହାଣୀ ସବୁଠୁ ବଡ । ସେ ଦିଲ୍ଲୀର । ଇଂରାଜୀ ସ୍କୁଲରେ ପାଠ ପଢିଥିଲେ । ଆଉ ତାଙ୍କ ପିତା-ମାତା ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ । ଆଉ ମୁଁ ହିମାଚଳ ପ୍ରଦେଶର ଏକ ଛୋଟ ଗାଁରୁ ଆସିଥିଲି। ନା ଇଂରାଜୀର ଗୋଟିଏ ଶବ୍ଦ ଜାଣିଥିଲି, ନା ଅଧିକ ପାଠ ପଢିଥିଲି । ମୋ ପାଇଁ ସବୁ ସ୍ଥାନ ସଂଘର୍ଷଭରା ଥିଲା । ହେଲେ 15 ବର୍ଷରେ ଏତେ ସଫଳତା ହାସିଲ କରିପାରିଛି । ଯାହାପାଇଁ ଆପଣଙ୍କୁ ଧନ୍ୟବାଦ ।’
କଙ୍ଗନାଙ୍କ ଏହି ଟ୍ବିଟ ଦେଖି ଜଣେ ୟୁଜର ଲେଖିଛନ୍ତି, ‘ସନ୍ଦେହ ନାହିଁ କି ତୁମ ଫିଲ୍ମ କ୍ୟାରିୟର ସଂଘର୍ଷମୟ ଥିଲା । କେହି ମଧ୍ୟ ସହଜରେ ସଫଳତା ପାଇନାହାଁନ୍ତି। ତୁମ ଅଭିନୟର ତୁଳନା ନାହିଁ । ହେଲେ ଶାହରୁଖଙ୍କ ସହ ନିଜକୁ ତୁଳନା କରିବା ଠିକ୍ କଥା ନୁହେଁ ।’
ସେପଟେ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଶାହରୁଖ ଖାନଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ନଥିଲେ । ତାଙ୍କ ପିତା କ୍ୟାଣ୍ଟିନରେ କାମ କରୁଥିଲେ । ମିଛ କହିବା ପୂର୍ବରୁ ଥରେ ସଠିକ୍ ଜିନିଷ ତାଙ୍କ ବିଷୟରେ ପଢି ଥାଆନ୍ତ ।’ ଏହିପରି ଅନେକ ୟୁଜର୍ସଙ୍କ କମେଣ୍ଟ ବର୍ତମାନ ଦେଖିବାକୁ ମିଳୁଛି ।