ETV Bharat / sitara

କଙ୍ଗନା-ଜାଭେଦଙ୍କ ବିବାଦ, ଅଭିନେତ୍ରୀଙ୍କ ଆବେଦନ ଖାରଜ - କଙ୍ଗନା ରଣାୱତଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ବଢିଚାଲିଛି କଙ୍ଗନାଙ୍କ ଆଇନ ସମସ୍ୟା। ଗତ ବର୍ଷରୁ ଏହି ସମସ୍ୟା ଦେଇ ଗତି କରିଆସୁଛନ୍ତି । ଏବେ ସେ କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 6, 2021, 4:58 PM IST

ମୁମ୍ବାଇ: ଗତ ବର୍ଷ କଙ୍ଗନା ରଣାୱତଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିଥିଲେ ସଙ୍ଗୀତକାର ଜାଭେଦ ଅଖତର । ଯାହାର ଶୁଣାଣି ବର୍ତ୍ତମାନ ମୁମ୍ବାଇ କୋର୍ଟରେ ଚାଲିଛି । ଏହି ମାମଲାରେ ସୋମବାର ମୁମ୍ବାଇ କୋର୍ଟରେ ଶୁଣାଣି ହୋଇଥିଲା। ସଂକ୍ଷିପ୍ତ ଶୁଣାଣି ପରେ କୋର୍ଟ କଙ୍ଗନାଙ୍କ ଏହି ମାମଲା ଶେଷ କରିବାକୁ ଦେଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାକୁ ନେଇ ଚିନ୍ତିତ ଅଭିନେତ୍ରୀ ।

ଜାଭେଦଙ୍କ ଅଭିଯୋଗରେ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ କଙ୍ଗନା ସ୍ଥଗିତ ରଖିବାକୁ ଚାହିଁଥିଲେ। ଏହି ମାମଲାରେ ଅନ୍ଧେରିର ମାଜିଷ୍ଟ୍ରେଟ୍ କୋର୍ଟ ଦ୍ବାରା ଜାରି କରାଯାଇଥିବା ସମନ ଏବଂ ଆଇନଗତ ପ୍ରକ୍ରିୟାକୁ ବନ୍ଦ କରିବାକୁ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକୀ କୋର୍ଟକୁ ଅନୁରୋଧ କରିଥିଲେ।

ସେହିପରି ସେ କହିଥିଲେ ଯେ ସିଆରପିସିର ଧାରା 200 ଅନୁଯାୟୀ ମାଜିଷ୍ଟ୍ରେଟ୍ ନୋଟିସ୍ ଜାରି କରିବା କିମ୍ବା ଅପରାଧିକ ଅଭିଯୋଗ ଜାରି କରିବା ପୂର୍ବରୁ ଅଭିଯୋଗକାରୀ ଏବଂ ସାକ୍ଷୀଙ୍କୁ ପଚରାଉଚରା କରିବାକୁ ପଡିବ। ଏହି ମାମଲାରେ ଏଭଳି କିଛି କରାଯାଇ ନାହିଁ ଏବଂ ସିଧାସଳଖ କଙ୍ଗନାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଅନ୍ୟପଟେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅତିରିକ୍ତ କୋର୍ଟର ଜଜ୍ ଏସ.ୟୁ ବଘେଲେ କହିଛନ୍ତି ଯେ ରଣାୱତଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ବାବଦରେ ଅର୍ଡରର ଏକ ବିସ୍ତୃତ କପି ପରେ ଉପଲବ୍ଧ ହେବ ।

ପ୍ରକାଶ ଥାଉକି ଜାଭେଦ ଗତ ବର୍ଷ ନଭେମ୍ବରରେ ମାଜିଷ୍ଟ୍ରେଟଙ୍କ ନିକଟରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ ଅଭିନେତ୍ରୀ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ସେବେଠାରୁ ଅଭିନେତ୍ରୀଙ୍କ ବିରୋଧରେ କୋର୍ଟରେ ଏହି ଶୁଣାଣି ଚାଲିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.