ETV Bharat / sitara

ଟ୍ରୋଲର୍ସଙ୍କୁ ଗୌହରଙ୍କ କଡା ଜବାବ, କହିଲେ ଶାନ୍ତିରେ ରହିବାକୁ ଦିଅ

ଭାଇରାଲ ହେଲା ଗୌହରଙ୍କ ନୂଆ ଭିଡିଓ । ଏଥର ସେ ଟ୍ରୋଲର୍ସଙ୍କୁ କଟୁ କଥା ଶୁଣାଇଛନ୍ତି । ଯେଉଁମାନେ ତାଙ୍କ ବିଷୟରେ ସମାଲୋଚନା କରୁଥିଲେ ।

author img

By

Published : Apr 23, 2021, 1:06 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ

ମୁମ୍ବାଇ: ଟିଭି ଓ ବଲିଉଡ ଅଭିନେତ୍ରୀ ଗୌହର ଖାନ ଗତ ମାସରେ ନିଜ ପିତା ଜଫର ଅହମ୍ମଦ ଖାନଙ୍କୁ ହରାଇଥିଲେ । ଦୀର୍ଘ ସମୟରୁ ଅସୁସ୍ଥ ଥିବା ତାଙ୍କ ପିତାଙ୍କ ହଠାତ୍ ମୃତ୍ୟୁରେ ଭାଙ୍ଗିପଡିଥିଲେ ସେ। । ସେପଟେ ପିତାଙ୍କ ମୃତ୍ୟୁ ସମୟରେ ତାଙ୍କୁ ଟ୍ରୋଲ କଲେ ଟ୍ରୋଲର୍ସ। ଏବେ କଡା ଜବାବ ଦେଇ ସେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଅଭିନେତ୍ରୀ ।

ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଲୋକ ବହୁତ ଖରାପ ହୋଇସାରିଲେଣି । ମୁଁ ମୋ ବାପାଙ୍କୁ ତିନି ମାସ ପୂର୍ବରୁ ହରାଇଥିଲି ଆଉ ଲୋକେ ବର୍ତ୍ତମାନ ମତେ ଜଜ୍ କରୁଛନ୍ତି । ସମସ୍ତେ କହୁଛନ୍ତି ପିତାଙ୍କ ମୃତ୍ୟୁର ତିନି ମାସ ପରେ ତୁମେ ଡାନ୍ସ ଭିଡିଓ ଆଉ ଫଟୋ ସେୟାର କରୁଛ କେମିତି । ତେବେ ଆପଣ ଜାଣିଛନ୍ତି କି ପରିବାର କେହି ଚାଲିଗଲେ କେତେ କଷ୍ଟ ଲାଗେ । ଆମକୁ ବସିକି ଭାବିବାକୁ ପଡେନାହିଁ କି ଆମର କେହି ପସନ୍ଦୀୟ ଲୋକ ଆମ ସାଥିରେ ନାହାଁନ୍ତି। ସବୁବେଳେ କାନ୍ଦି ପାରିବନି ଏବଂ ଦୁଃଖରେ ବି ରହିପାରିବନି । ଆପଣଙ୍କୁ ଆଗକୁ ବଢିବାକୁ ପଡିବ । ଆପଣଙ୍କ ସାମ୍ନାରେ ଜୀବନ ଅଛି । ଆପଣ ନିଜ ସହ ସେହି ମଣିଷଙ୍କ ସ୍ନେହ ପ୍ରେମ ସାରା ଜୀବନ ସାଥିରେ ରଖିବାକୁ ପଡିବ, ଯିଏ ତୁମ ସାଥିରେ ଆଉ ନାହାଁନ୍ତି । ଏଥିପାଇଁ ଆପଣ ନିଜ ଚିନ୍ତା ନିଜ ପାଖରେ ରଖନ୍ତୁ । ଆଉ ଅନ୍ୟ ଲୋକଙ୍କୁ ଶାନ୍ତି ରହିବାକୁ ଦିଅନ୍ତୁ । ଦୁଃଖରୁ ସେମାନଙ୍କୁ ବାହାରିବାକୁ ଦିଅ । ଲୋକଙ୍କୁ ଜଜ କରିବା ବନ୍ଦ କରନ୍ତୁ ।’

ପ୍ରକାଶ ଥାଉକି ଗୌହରଙ୍କ ପରି ଅଭିନେତ୍ରୀ ହିନା ଖାନ ନିଜ ପିତାଙ୍କୁ ହରାଇଥିବା ବେଳେ ଅଭିନେତା ଅମନ ବର୍ମାଙ୍କ ମା' ଦେହାନ୍ତ ଖବରରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.