ETV Bharat / sitara

ଗେଟୱେ ଅଫ ଇଣ୍ଡିଆରେ ସମୟ କାଟୁଛନ୍ତି ସିଦ୍ଧାନ୍ତ-ଦୀପିକା

author img

By

Published : Dec 2, 2020, 1:59 PM IST

ଭାଇରାଲ ହେଲା ଦୀପିକା ଓ ସିଦ୍ଧାନ୍ତଙ୍କ ନୂଆ ପୋଷ୍ଟ । ଆଗାମୀ ଫିଲ୍ମ ସୁଟିଂ ପାଇଁ ଗେଟୱେ ଅଫ ଇଣ୍ଡିଆ ପାଖରେ ଅଛନ୍ତି ଏହି ଯୋଡି । ଆଉ ବୋଟରେ ଏନଜୟ କରୁଛନ୍ତି ସୂର୍ଯ୍ୟାସ୍ତ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାନ୍ତ ଚତୁର୍ବେଦୀ

ମୁମ୍ବାଇ: ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ଓ ୟଙ୍ଗ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀ ଖୁବଶୀଘ୍ର ଏକାଠି ଫିଲ୍ମରେ ନଜର ଆସିବେ । ଏହି ଯୋଡି ପ୍ରଥମଥର ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଅନଟାଇଟେଲ ଫିଲ୍ମରେ ଅଭିନୟ କରୁଛନ୍ତି । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ଷ୍ଟାରକାଷ୍ଟ । ସେପଟେ ଦୀପିକାଙ୍କ ସହ ସିଦ୍ଧାନ୍ତ କ୍ରମାଗତ ଦ୍ବିତୀୟ ଦିନ ଗେଟୱେ ଅଫ ଇଣ୍ଡିଆରେ ନଜର ଆସିଛନ୍ତି । ଆଉ ଦୁଇଜଣ ଉପଭୋଗ କରିଛନ୍ତି ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟଭରା ମୁହୂର୍ତ୍ତ । ଖାଲି ଏତିକି ନୁହେଁ ଭାଇରାଲ ହେଉଥିବା ଫଟୋରେ ଶକୁନ ମଧ୍ୟ ନଜର ଆସୁଛନ୍ତି ।

ସୂର୍ଯ୍ୟାସ୍ତର କିଛି ଫଟୋ ଇନଷ୍ଟାଗ୍ରାମରେ ସିଦ୍ଧାନ୍ତ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ସନସେଟ ଲଭର୍ସ ।’ ସେହିପରି ଫଟୋରେ ଦେଖିବାକୁ ମିଳୁଛି ଦୀପିକା ଓ ଶକୁନଙ୍କ ସହ ବୋଟରେ ଯାତ୍ରା କରୁଛନ୍ତି ସିଦ୍ଧାନ୍ତ ।

ପ୍ରକାଶ ଥାଉକି 2012ରେ ଆସିଥିବା ଫିଲ୍ମ ‘ଏକ ମୈ ଔର ଏକ ତୁ’ ଏବଂ 2016ରେ ରିଲିଜ ହୋଇଥିବା ଫିଲ୍ମ ‘କପୁର ଆଣ୍ଡ ସନ୍ସ’ରେ ଜବରଦସ୍ତ ନିର୍ଦ୍ଦେଶନା ଦେଇଥିଲେ ଶକୁନ। ଯାହାର ଖୁବ୍ ପ୍ରଶଂସା କରାଯାଇଥିଲା । ସେହିପରି ସେ ନିର୍ମାତା କରନ ଜୋହରଙ୍କ ସହ ମିଶି ବର୍ତମାନ ନିଜର ଏହି ଆଗାମୀ ଫିଲ୍ମର ପ୍ରଯୋଜନା ଦାୟିତ୍ବ ମଧ୍ୟ ତୁଲାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.