ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଆମାଜନ ପ୍ରାଇମ ଇଣ୍ଡିଆର ବାଣିଜ୍ୟିକ ମୁଖ୍ୟ ଅପର୍ଣ୍ଣା ପୁରୋହିତ ଭେରାଇଟି ଲିଷ୍ଟରେ ସ୍ଥାନ ପାଇଛନ୍ତି । ବିଶ୍ବର ମନୋରଞ୍ଜନ କ୍ଷେତ୍ରରେ ପ୍ରଭାବ ପକାଉଥିବା ମହିଳାଙ୍କ ତାଲିକାରେ ଭାରତୀୟ ରୂପେ କେବଳ ଅପର୍ଣ୍ଣା ଏବଂ ଦୀପିକାଙ୍କୁ ନାମିତ କରାଯାଇଛି ।
ଭେରାଇଟି ତାଲିକାରେ, ସେହି ମହିଳାମାନଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ କାର୍ଯ୍ୟ ଆଧାରରେ ବିଶ୍ବ ମନୋରଞ୍ଜନ ଜଗତରେ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଅପର୍ଣ୍ଣାଙ୍କ ନାମ ସହିତ ‘ଓମେନ ଅଫ୍ ଆମାଜନ ଷ୍ଟୁଡିଓ’କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ କହୁଯାଇଥିଲା ଯେ ସମସ୍ତ ଅଗ୍ରଣୀ ମହିଳା ଆମାଜନ ଷ୍ଟୁଡିଓର ଆନ୍ତର୍ଜାତୀୟ ଉତ୍ପାଦନ ପାଇଁ ଏବଂ ସେମାନେ ସମଗ୍ର ବିଶ୍ବରେ ଅଗ୍ରଣୀ ଅଟନ୍ତି।
ସେପଟେ ଦୀପିକା ଖୁସି ପ୍ରକାଶ କରି କହିଛନ୍ତି, ‘ସୌଭାଗ୍ୟବଶତଃ ମୋତେ ଫିଲ୍ମର ବଜେଟ୍ କିମ୍ବା ଅନ୍ୟାନ୍ୟ କାରଣରୁ କୌଣସି ନିଷ୍ପତ୍ତି ନେବାକୁ ପଡିନାହିଁ | ଏହା ମଧ୍ୟ ଏହି କଥାରେ ନିର୍ଭର କରେ ଯେ ମୁଁ ମୋ ଜୀବନରେ କେଉଁଠାରେ ଭାବପ୍ରବଣ ରୂପେ ଅଛି, ମୋର ଅନେକ ପସନ୍ଦ ତାହା ଦ୍ବାରା ନିର୍ଦ୍ଦେଶିତ ।’
ପ୍ରକାଶ ଥାଉକି ଦୀପିକା ଓ ଅପର୍ଣ୍ଣାଙ୍କ ବ୍ୟତୀତ ଫେମସ ପପ ସିଙ୍ଗର ଦୁଆ ଲିପା, ଦ କ୍ରାଉନ ଅଭିନେତ୍ରୀ ଏଲିଜାବେଥ ଡେବିକୀ ଏବଂ ଏମା କୋରିନ ମଧ୍ୟ ସାମିଲ ହୋଇଛନ୍ତି ।