ETV Bharat / sitara

ଜିମ୍‌ରେ ୱାର୍କଆଉଟ କରୁଛନ୍ତି ଗର୍ଭବତୀ ଅନୁଷ୍କା

ଭାଇରାଲ ହେଲା ଅନୁଷ୍କା ଶର୍ମାଙ୍କ ନୂଆ ଭିଡିଓ । ଏଥର ସେ ଜିମ୍‌ରେ ଟ୍ରେଡମିଲରେ ଚାଲୁଥିବାର ଆସୁଛନ୍ତି ନଜର । ନିକଟରେ ସ୍ବାମୀ ବିରାଟଙ୍କ ସହ କରୁଥିଲେ ଯୋଗ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : Jan 5, 2021, 12:36 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଗର୍ଭବତୀ ସମୟକୁ ଉପଭୋଗ କରୁଛନ୍ତି । ପ୍ରଥମଥର ବାପା-ମା' ହେବାକୁ ନେଇ ଖୁସି ଅଛନ୍ତି ବିରାଟ କୋହଲିଙ୍କ ସହ ସେ । ଗର୍ଭବତୀ ସମୟରେ ଅନୁଷ୍କା ଖୁବ୍ ଆକ୍ଟିଭ ମଧ୍ୟ ରହିବାକୁ ଚେଷ୍ଟା କରୁଛନ୍ତି । ସେ ଯୋଗ ଠୁ ନେଇ ଜିମ୍‌ର ୱାର୍କଆଉଟ କରି ନିଜକୁ ବର୍ତ୍ତମାନ ଫିଟ୍ ରଖିବାରେ ଲାଗିଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ଟ୍ରେଡମିଲରେ ଜଗିଂ କରୁଥିବାର ନଜର ଆସୁଛନ୍ତି ।

ଏହି ବୁମେରାଙ୍ଗ ଭିଡିଓରେ ଅନୁଷ୍କା ହ୍ବାଇଟ ଟି-ସର୍ଟ ଓ ବ୍ଲାକ ଜଗିଂ ପ୍ୟାଣ୍ଟ ପିନ୍ଧି ଚାଲୁଥିବାର ଦେଖାଯାଉଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ଅନୁଷ୍କାଙ୍କ ଡେଲିଭରି ତାରିଖ ବର୍ତ୍ତମାନ ଅତି ନିକଟତର ହୋଇଛି । ଏଥିପାଇଁ ସେ ନିୟମିତ ଚେକ୍ ଅପ୍ କରିବାକୁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି । ସେହିପରି ନିକଟରେ ଅନୁଷ୍କା ନିଜକୁ ବଲିଉଡର ସେହି ଅଭିନେତ୍ରୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ, ଯେଉଁମାନେ ଗର୍ଭାବସ୍ଥାରେ ଶାରୀରିକ ସ୍ତରରେ ସକ୍ରିୟ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.