ମୁମ୍ବାଇ: ଆଉ କିଛି ଦିନ ପରେ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରକୁ ଆସିବାକୁ ଯାଉଛନ୍ତି କୁନି ଅତିଥି । ଯାହାକୁ ନେଇ ଉତ୍ସାହିତ ସମସ୍ତେ । ବର୍ତ୍ତମାନ ସେ ପ୍ରି-ପ୍ରେଗ୍ନେସି ସ୍ମୃତି ଏନଜୟ କରୁଛନ୍ତି । ଆଉ ସୋସିଆଲ ମିଡିଆରେ ଏହା ବିଷୟରେ ଫ୍ୟାନ୍ସଙ୍କୁ ମଧ୍ୟ ସୂଚନା ଦେଉଛନ୍ତି । ଏବେ ସେ ଡେଲିଭରି ପୂର୍ବରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କୁର୍ସିରେ ବସିଥିବାର ନଜର ଆସୁଛନ୍ତି ଆଉ କିଛି ଖାଉଥିବାର ଦେଖାଯାଉଛନ୍ତି ।
ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଥ୍ରୋବ୍ୟାକ ସେହି ସମୟର ଯେତେବେଳେ ମୁଁ ଏମିତି ବସିକି ଖାଇପାରୁଥିଲି । ହେଲେ ଏବେ ଏମିତି ବସିପାରୁନାହିଁ । କିନ୍ତୁ ଯାହା ମନ ହେଉଛି ତାହା ଖାଇପାରୁଛି ।’ ଆପଣ ବି ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ନିକଟରେ ବାପା ହେବା ଖୁସି ସୋସିଆଲ ମିଡିଆରେ ସେୟାର କରିଥିଲେ ଅନୁଷ୍କାଙ୍କ ସ୍ବାମୀ, କ୍ରିକେଟର ବିରାଟ କୋହଲି । ଆଉ ଆସନ୍ତା ବର୍ଷ ବେବିକୁ ୱେଲକମ କରିବାକୁ ପ୍ରସ୍ତୁତ ଅଛନ୍ତି ଏହି ଯୋଡି ।