ETV Bharat / sitara

ଲକଡାଉନ ବୁଝାଇଲା ଓଟିଟି ପ୍ଲାଟଫର୍ମର ମହତ୍ତ୍ବ: ଅଦିତି

ଚର୍ଚ୍ଚାରେ ଅଦିତି । ତୃତୀୟ ଥର ତାଙ୍କ ଫିଲ୍ମ ଡିଜିଟାଲ ଦୁନିଆରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Feb 25, 2021, 1:05 PM IST

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆଗାମୀ ଫିଲ୍ମ ‘ଗାର୍ଲ ଅନ ଦ ଟ୍ରେନ’ରେ ନଜର ଆସିବେ ସୁନ୍ଦିରୀ ଅଭିନେତ୍ରୀ ଅଦିତି ରାଓ ହୈଦରୀ । ଯାହାକୁ ନେଇ ଏକ୍ସାଇଡେଟ ତାଙ୍କ ଫ୍ୟାନ୍ସ । ସେହିପରି ଗତ ବର୍ଷ ସେ ମାଲାୟାଲମ ରୋମାଣ୍ଟିକ ଡ୍ରାମା ‘ସୁଫିୟମ୍ ସୁଜାତୟମ୍’ ଡେବ୍ୟୁ କରିଥିଲେ । ଇତିମଧ୍ୟରେ ସେ ଓଟିଟି ପ୍ଲାଟଫର୍ମକୁ ନେଇ ମନ କଥା କହିଛନ୍ତି । କାରଣ ତୃତୀୟ ଥର ତାଙ୍କ ଅଭିନୀତ ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

ଏହି ଅବସରରେ ସେ ଜଣାଇଛନ୍ତି, ‘2020ରେ ମୁଁ ଓଟିଟି ପ୍ଲାଟଫର୍ମର ମହତ୍ତ୍ବ ବୁଝିପାରିଥିଲି । କାରଣ ମୋର ଦୁଇଟି ଫିଲ୍ମ ଏହି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ପ୍ରଥମେ ମୁଁ ଓଟିଟିରେ ଫିଲ୍ମ ରିଲିଜ ହେବାକୁ ନେଇ ଦୁଃଖି ଥିଲି । ହେଲେ ପରେ ମୁଁ ଅନୁଭବ କଲି ଏହା ଅବିଶ୍ବସନୀୟ ଏବଂ ଗୋଟିଏ ସେକେଣ୍ଡରେ ଗୋଟିଏ କ୍ଲିକ୍ ଦ୍ବାରା ସମସ୍ତେ ଆପଣଙ୍କ ଫିଲ୍ମ ଦେଖୁଛନ୍ତି । ଲୋକ ପ୍ରକୃତରେ କାହାଣୀ ଏବଂ ବିଷୟବସ୍ତୁ ଆବଶ୍ୟକ କରନ୍ତି । ମୁଁ ପୁରା ରୋମାଣ୍ଟିକ୍ । ମୁଁ ଥିଏଟରରେ ଫିଲ୍ମ ଦେଖିବାକୁ ଭଲ ପାଏ । ଆମେ ସମସ୍ତେ ଥିଏଟରରେ ଫିଲ୍ମ ଦେଖି ବଡ ହୋଇଛେ । ଆମେ ଥିଏଟରକୁ ଯିବାକୁ ଆଗ୍ରହୀ ଏବଂ ଏହା ହେଉଛି ସମଗ୍ର ଜିନିଷ ଯାହା ପାଇଁ ଆମକୁ ସମୟ ବାହାର କରିବାକୁ ପଡେ । ହେଲେ ଏବେ ଓଟିଟିରେ ସହଜ ଏବଂ ସୁବିଧାରେ ଘରେ ବସି ସମସ୍ତେ ଫିଲ୍ମ ଉପଭୋଗ କରିପାରୁଛନ୍ତି ।’

ଏହା ବ୍ୟତୀତ ସେ ଲକଡାଉନ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ଭାବୁଛି ଲକଡାଉନ ଆମକୁ ପ୍ରକୃତରେ ବୁଝାଇ ଦେଇଛି ଯେ ଏହି ଓଟିଟି ପ୍ଲାଟଫର୍ମଗୁଡିକ କେତେ ମହତ୍ବପୂର୍ଣ୍ଣ। ଲକଡାଉନ ସମୟରେ ସର୍ବୋତ୍ତମ ବନ୍ଧୁ ସାଜିଛି ପ୍ଲାଟଫର୍ମ। ଆଜି ମୁଁ ଆତ୍ମବିଶ୍ବାସରେ କହିପାରେ ଯେ ଏହା କେବଳ ପ୍ଲାଟଫର୍ମ ନୁହେଁ ବରଂ ଏହା ଆମର ପ୍ରକୃତ ବନ୍ଧୁ, ଯିଏ ସବୁ ସମୟରେ ସାଥିରେ ରହୁଛି ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.