ETV Bharat / sitara

ଦୀପିକାଙ୍କ ସହ ବୋଟରେ ଆଲିବାଗ ଯାତ୍ରା କଲେ ସିଦ୍ଧାନ୍ତ

author img

By

Published : Dec 4, 2020, 4:23 PM IST

ପୁଣି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ସିଦ୍ଧାନ୍ତ । ଦୀପିକାଙ୍କ ସହ ପ୍ରଥମଥର କାମ କରିବାକୁ ନେଇ ସେ ଉତ୍ସାହିତ । ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବର୍ତ୍ତମାନ ନିର୍ମାତା ଶକୁନ ବାତ୍ରାଙ୍କ ଅପକମିଂ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ଦୀପିକା ପାଦୁକୋନ ଓ ସିଦ୍ଧାନ୍ତ ଚତୁର୍ବେଦୀ । ନିକଟରେ ଫିଲ୍ମର ସୁଟିଂ ଗେଟୱେ ଅଫ୍ ଇଣ୍ଡିଆ ପାଖରେ କରାଯାଇଥିଲା । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା । ଆଉ ଏବେ ଏହାର ସୁଟିଂ ପାଇଁ ପୁରା ଟିମ ସହ ଆଲିବାଗରେ ପହଞ୍ଚିଛନ୍ତି ଦୀପିକା । ବୋଟ ଜରିଆରେ ଆଲିବାଗକୁ ଯାତ୍ରା କରିଛନ୍ତି ଷ୍ଟାରକାଷ୍ଟ । ଦୀପିକା ଓ ସିଦ୍ଧାନ୍ତଙ୍କ ବ୍ୟତୀତ ଫିଲ୍ମରେ ‘ଖାଲି ପିଲି’ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସିଦ୍ଧାନ୍ତ ଲେଖିଛନ୍ତି । ‘ଅନ ଏ ରୋଲ ।’ ସେହିପରି ଫଟୋରେ ଦେଖିବାକୁ ମିଳୁଛି ବୋଟରେ ଠିଆ ହୋଇ ସିଦ୍ଧାନ୍ତ କ୍ୟାମେରା ଧରି କାହାର ଫଟୋ ଉଠାଉଥିବାର । ଏହାପୂର୍ବରୁ ସେ ମୁମ୍ବାଇର ସୂର୍ଯ୍ୟାସ୍ତ ଦୀପିକା ଓ ଶକୁନଙ୍କ ସହ ଏନଜୟ କରୁଥିବାର ନଜର ଆସିଥିଲେ । ଏବେ ଦେଖନ୍ତୁ ତାଙ୍କର ନୂଆ ଫଟୋ...

ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ମାସରେ ଫିଲ୍ମର ସୁଟିଂ ଗୋଆରେ ଚାଲିଥିଲା । ହେଲେ ବଲିଉଡ ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାମ ଆସିବା ପରେ ତାଙ୍କୁ ସୁଟିଂ ଅଧାରେ ଛାଡି ମୁମ୍ବାଇ ଫେରିବାକୁ ପଡିଥିଲା । ଆଉ ଏନସିବିର ପଚରାଉଚରା ପରେ ସେ ପୁଣି ସୁଟିଂକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.