ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ଯାଞ୍ଚ ଖାରଜ କଲେ ସୁପ୍ରିମକୋର୍ଟ - ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ଦାବି କରୁଥିବା ଜନହିତ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ

ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ଦାବି କରୁଥିବା ଜନହିତ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ପୋଲିସକୁ କାମ କରିବାକୁ ଦିଆଯାଉ ବୋଲି କହିଲେ ସୁପ୍ରିମ କୋର୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 30, 2020, 7:44 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏବେ ମୁମ୍ବାଇ ପୋଲିସ ସହ ମିଶି ବିହାର ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ସେପଟେ ସୁଶାନ୍ତଙ୍କ ଭଉଣୀ ମୀତୁ ସିଂ ଓ ବନ୍ଧୁ କ୍ରଷ୍ଣା ସେଟ୍ଟୀଙ୍କ ବୟାନ ରେକର୍ଡ ହୋଇସାରିଲାଣି । ହେଲେ ତାଙ୍କ ମୃତ୍ୟୁ ପରଠୁ ସିବିଆଇ ଯାଞ୍ଚ କଥା ସମସ୍ତେ ଦାବି କରିଆସୁଛନ୍ତି ।

ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ସୁପ୍ରିମକୋଟ ପିଆଇଏଲକୁ ଏବେ ପ୍ରତ୍ୟାଖ୍ୟାନ କରିଛନ୍ତି । ପୋଲିସକୁ ସେମାନଙ୍କ କାମ କରିବାକୁ ଦିଅଯାଉ ଏବଂ ଏହି କେସରେ ଆବେଦନକାରୀ ଅଲଖ ପ୍ରିୟାଙ୍କ କୌଣସି ସମ୍ପର୍କ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ତାଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ ପରାର୍ମଶ ଦିଆଯାଇଛି ।

ଅନ୍ୟପଟେ ଏହି ମାମଲାରେ ବିହାରରେ ରୁଜୁ ହୋଇଥିବା ଏଫଆଇଆରର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାସହ 15 କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଉପରେ ମଧ୍ୟ ଇଡି ଦୃଷ୍ଟି ଦେବେ ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ପିତା କେକେ ସିଂ ରୁଜୁ କରିଥିବା ଏଫଆଇଆରରେ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି । ସେ ସୁଶାନ୍ତଙ୍କୁ ବ୍ଲାକମେଲ କରିବା ସହ କୋଟି କୋଟି ଟଙ୍କା ଲୁଟିଥିଲେ ବୋଲି ଅଭିଯୋଗରେ କହିଛନ୍ତି କେକେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.