ETV Bharat / sitara

ବିହାର ଏସପି କ୍ବାରେଣ୍ଟାଇନ ମାମଲାରେ ନୀତିଶ କୁମାରଙ୍କ ପ୍ରତିକ୍ରିୟା - ଏସିପି ସିଟି ବିନୟ ତିୱାରୀଙ୍କୁ ବିଏମସି କ୍ବାରେଣ୍ଟାଇନରେ ରଖିଛି

ବିଏମସି ପାଟନା ଏସିପି ସିଟି ବିନୟଙ୍କୁ କ୍ବାରେଣ୍ଟାଇନ କରି ସୁସାନ୍ତଙ୍କ ମାମଲାରେ ନୂଆ ମୋଡ ଆଣିଛନ୍ତି । ଏପରି ଘଟଣାର ନିନ୍ଦା କରୁଛନ୍ତି ବର୍ତ୍ତମାନ ଅନେକ ଲୋକ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Aug 3, 2020, 3:54 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ବିହାର ପୋଲିସ ଟିମର ନେତୃତ୍ବ ନେବାକୁ ବିହାରରୁ ମୁମ୍ବାଇରେ ପହଞ୍ଚିଥିବା ଏସପି ସିଟି ବିନୟ ତିୱାରୀଙ୍କୁ ବିଏମସି କ୍ବାରେଣ୍ଟାଇନରେ ରଖିଛି। ଏହି ମାମଲାରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏହି ଘଟଣାର କଡା ନିନ୍ଦା କରିଛନ୍ତି ।

ସେ କହିଛନ୍ତି ଯେ ସୁଶାନ୍ତଙ୍କ ମାମଲା ରାଜନୀତି ନୁହେଁ । ଯାହା ହୋଇଛି ତାହା ଆଦୌ ଠିକ୍ କଥା ନୁହେଁ । ଏହି ମାମଲାରେ ବିହାର ଡିଜିପି ସେଠାର ଅଧିକାରୀଙ୍କ ସହ ଆଲୋଚନା କରିବେ।

ସେପଟେ ବିଏମସି ମଧ୍ୟ ନିଜ ପକ୍ଷ ରଖିଛି । ବିଏମସି କହିଛି ଯେ ମୁମ୍ବାଇ ଏୟାରପୋର୍ଟରେ ଘରୋଇ ଆଗମନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିନୟ ତିୱାରୀଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଅନ୍ୟ ରାଜ୍ୟରୁ 5 ଦିନରୁ ଅଧିକ ସମୟ ରହିବା ପାଇଁ ଫ୍ଲାଇଟରେ ଆସୁଛନ୍ତି ତେବେ ମୁମ୍ବାଇରେ ତାଙ୍କୁ କ୍ବାରେଣ୍ଟାଇନ କରାଯାଉଛି । ଏହି ନିୟାମବଳୀ ଅନୁଯାୟୀ ବିଏମସି ବିନୟଙ୍କୁ କ୍ବାରେଣ୍ଟାଇନ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.