ମୁମ୍ବାଇ: ସୋମବାର ସନ୍ଧ୍ୟାରେ ସୋନୁ ସୁଦ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କୁ ଧନ୍ୟବାଦ ଜଣାଇଥିଲେ । କାରଣ କୋଭିଡରେ ପ୍ରାଣ ହରାଇଥିବା ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ପାଇଁ ତାଙ୍କ ଆବେଦନକୁ ସମର୍ଥନ କରିଛନ୍ତି ପ୍ରିୟଙ୍କା ।
କଥାଟି ହେଲା ଯେ ନିକଟରେ ସୋନୁ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଯେଉଁମାନେ କୋରୋନାରେ ନିଜ ମାତା-ପିତାଙ୍କୁ ହରାଉଛନ୍ତି ସେମାନଙ୍କ ପାଇଁ ଏକ ନିୟମ ରହିବା ଉଚିତ । କୋରୋନା ସମୟରେ ଯିଏ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି, ସେହି ପିଲାଙ୍କର ଶିକ୍ଷା, ସ୍କୁଲରୁ କଲେଜ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ହେଉ କିମ୍ବା ଘରୋଇ ବିଦ୍ୟାଳୟରେ ହେଉ, ବିନା ମୂଲ୍ୟରେ ହେବା ଉଚିତ୍। ।
ତାଙ୍କ ଏହି ଅନୁରୋଧ ଦେଖି ବିଦେଶରେ ସ୍ବାମୀଙ୍କ ସହ ଥିବା ପ୍ରିୟଙ୍କା ତାଙ୍କୁ ସମର୍ଥନ କରି ପ୍ରଶଂସା କରିଥିଲେ । ଆଉ ଏବେ ସୋନୁ ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଧନ୍ୟବାଦ ପ୍ରିୟଙ୍କା ମତେ ସହଯୋଗ ଏବଂ ସମର୍ଥନ କରିଥିବାରୁ ।’ ଏହାସହ ସେ ନମସ୍କାରର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।
@IANS