ETV Bharat / sitara

ସୋନୁଙ୍କୁ ସନ୍ତୁଷ୍ଟ କରୁଛି ‘ସେବା’ - ଭାଇରାଲ ହେଲା ସୋନୁ ସୁଦଙ୍କ ଟ୍ବିଟ

ନୂଆ ଟ୍ବିଟ ପାଇଁ ପୁଣି ସମସ୍ତଙ୍କ ମନ କିଣିଲେ ସୋନୁ । ଲୋକଙ୍କ ସେବା କରିବା ତାଙ୍କ ଆତ୍ମାକୁ କରୁଛି ସନ୍ତୁଷ୍ଟ ବୋଲି ଜଣାଇଲେ ଅଭିନେତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 28, 2021, 1:50 PM IST

ମୁମ୍ବାଇ: ଗତ ବର୍ଷ କୋରୋନା ପୀଡିତ ଏବଂ ଶ୍ରମିକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଭଗବାନ ସାଜିଥିବା ସୋନୁ ସୁଦ ଚଳିତ ବର୍ଷ ମଧ୍ୟ ଜାରି ରଖିଛନ୍ତି ନିଜର ଏହି ମହାନ କାର୍ଯ୍ୟ । ନିକଟରେ ସେ ନିଜେ କୋରୋନା ପଜିଟିଭ ବାହାରିଥିଲେ । ହେଲେ ଏବେ ସୁସ୍ଥ ହୋଇ ମଧ୍ୟରାତ୍ରିରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସେ ଅସହାୟ ଲୋକଙ୍କ ପାଇଁ ଶଯ୍ୟା ଏବଂ ଔଷଧ ବ୍ୟବସ୍ଥା କରିବାରେ ନିୟୋଜିତ ଅଛନ୍ତି। ଇତିମଧ୍ୟରେ ସେ ସେବା କରିବାର ମନୋଭାବ ବିଷୟରେ ଆଲୋଚନା କରିଛନ୍ତି ।

  • In the middle of night,after making numerous calls if u r able to get beds for needy, oxygen for some people n save few lives, I swear..it's million times more satisfying than being a part of any 100cr film. We can't sleep when people are infront of hospitals waiting for a bed.

    — sonu sood (@SonuSood) April 27, 2021 " class="align-text-top noRightClick twitterSection" data=" ">

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମଧ୍ୟରାତ୍ରିରେ ବହୁ କଲ୍ ପରେ, ଯଦି ଆପଣ ଅସହାୟ ତଥା ପୀଡିତଙ୍କ ପାଇଁ ଶଯ୍ୟା, କିଛି ଲୋକଙ୍କ ପାଇଁ ଅମ୍ଳଜାନ ଏବଂ ସେମାନଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୁଅନ୍ତି, ତେବେ ମତେ ଲାଗୁଛି ଯେ ଏହା 100 କୋଟିର ଫିଲ୍ମରେ ସାମିଲ ହେବାଠୁ ଅଧିକ ସନ୍ତୋଷ ଦେଇଥାଏ । ଯେତେବେଳେ ଲୋକେ ଡାକ୍ତରଖାନା ବାହାରେ ନିଜ ଶଯ୍ୟାକୁ ଅପେକ୍ଷା କରୁଛନ୍ତି ତେବେ ମୁଁ ଶୋଇପାରୁ ନାହୁଁ।’

ପ୍ରକାଶ ଥାଉକି ସୋନୁଙ୍କ ପରି ଅଜୟ ଦେବଗନ ଓ ଗୁରମିତ ଚୌଧୁରୀ ମଧ୍ୟ ଶଯ୍ୟା ବିଶିଷ୍ଟ ଅଲ୍ଟ୍ରା ଆଧୁନିକ ଡାକ୍ତରଖାନା ଖୋଲିବାକୁ ଘୋଷଣା କରିଛି । ଯାହାପାଇଁ ଦାନ କରିଛନ୍ତି ଏହି ଷ୍ଟାର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.