ETV Bharat / sitara

ବାପା-ମା'ଙ୍କ କଥା ମନେ ପକାଇ ଭାବୁକ ହେଲେ ସୋନୁ

author img

By

Published : May 24, 2021, 9:45 AM IST

ସବୁବେଳେ ଦେଶବାସୀଙ୍କ ସେବାରେ ଲାଗିଥିବା ସୋନୁ ବାପା-ମା'ଙ୍କ ବିଷୟରେ କହି ଇମୋସନାଲ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଦେଶବାସୀଙ୍କ ସେବାରେ କ୍ରମାଗତ ଭାବେ ଲାଗିଛନ୍ତି । ଏହି କୋରୋନା ସଙ୍କଟରେ ସେ ସମସ୍ତଙ୍କ ଦେବଦୂତ ସାଜିଛନ୍ତି । ଇତିମଧ୍ୟରେ ସେ ଭାବୁକ ହୋଇପଡିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ଭାବବିହ୍ବଳ ନଜର ଆସୁଛନ୍ତି ।

କଥାଟି ହେଲା ଯେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ନିଜ ପିତା-ମାତାଙ୍କ ବିଷୟରେ ଆଲୋଚନା କରି କହିଥିଲେ, ‘ଭଲ ହୋଇଛି ସେମାନେ ପୂର୍ବରୁ ଦୁନିଆ ଛାଡି ଚାଲିଯାଇଛନ୍ତି । ଯଦି ଏହି ଜଟିଳ ପରିସ୍ଥିତିରେ ମୁଁ ସେମାନଙ୍କ ପାଇଁ ଶଯ୍ୟା ଏବଂ ଅମ୍ଳଜାନ ବ୍ୟବସ୍ଥା କରିପାରି ନଥାନ୍ତି, ମୁଁ ଭାଙ୍ଗି ଯାଇଥାନ୍ତି । କାରଣ ମୁଁ ଦେଖୁଛି ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା । ମୁଁ ପୂର୍ବରୁ କେବେ ମଧ୍ୟ ଏପରି ଖରାପ ସମୟ ଦେଖିନଥିଲି ।’

ପ୍ରକାଶ ଥାଉକି ଅଭାବୀ ଲୋକେ ସାହାଯ୍ୟ ପାଇଁ ସୋନୁ ସବୁ ସମ୍ଭବ ଚେଷ୍ଟା ଚଳାଇଛନ୍ତି । କାହାକୁ ଅକ୍ସିଜେନ ବେଡ ଯୋଗାଉଛନ୍ତି ତ ଆଉ କାହାକୁ ଖାଦ୍ୟ । ଏପରି ମହାନ କାର୍ଯ୍ୟ ସେ ଗତ ବର୍ଷରୁ କରିଆସୁଛନ୍ତି । ଏଯାବତ ସେ ଲକ୍ଷ ଲକ୍ଷ ଲୋକଙ୍କ ସାହାଯ୍ୟ କରିସାରିଲେଣି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.