ETV Bharat / sitara

ପୁଣି ସୋନୁଙ୍କ ବଦାନ୍ୟତା, ଫେରାଇ ଆଣିବେ ବ୍ୟକ୍ତିଙ୍କ ଗାଈ

author img

By

Published : Jul 24, 2020, 1:50 PM IST

ଲୋକଙ୍କୁ ସାହାଯ୍ୟ କରିବାକୁ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ ସୋନୁ । ସେ ଖୁବଶୀଘ୍ର ଜଣେ କ୍ଷୀର ବେପାରୀଙ୍କୁ ସହାୟତା କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ

ମୁମ୍ବାଇ: କୋରୋନା ଭାଇରାସ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦେଶବାସୀ । ଏମିତି ପରିସ୍ଥିତିରେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଧ ଗତ ଚାରି ମାସରୁ କ୍ରମାଗତ ଭାବେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ଲାଗିଛନ୍ତି । ଏଯାବତ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିସାରିଲେଣି । ଯାହାପାଇଁ ତାଙ୍କ ପ୍ରଶଂସା ସବୁ ମହଲରେ ହେଉଛି । ଏବେ ପୁଣିଥରେ ସେ ଜଣେ କ୍ଷୀର ବେପାରୀଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା ଯେ ହିମାଞ୍ଚଳ ପ୍ରଦେଶରେ ଜଣେ କ୍ଷୀର ବେପାରୀଙ୍କୁ ନିଜ ପିଲାଙ୍କୁ ଅନଲାଇନ ପାଠ ପଢାଇବା ପାଇଁ ସ୍ମାର୍ଟ ଫୋନର ଆବଶ୍ୟକ ଥିଲା । ଯାହାପାଇଁ ସେ ନିଜ ଗାଈ ବିକ୍ରି କରି ଏକ ସ୍ମାର୍ଟ ଫୋନ କିଣିଥିଲେ । ତାଙ୍କ ଏପରି ପଦକ୍ଷେପର ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ଖବର ଦେଖିବା ମାତ୍ରେ ସୋନୁ ଟ୍ବିଟରେ ସଙ୍ଗେ ସଙ୍ଗେ ଲେଖିଥିଲେ ସେ ଚାହୁଁଛନ୍ତି ଏହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ । ସେ ସୋସିଆଲ ମିଡିଆରେ ସେହି ବ୍ୟକ୍ତିଙ୍କ ଡିଟେଲ୍ସ ମଧ୍ୟ ମାଗିଥିଲେ ।

ସେହିପରି ସେ ଟ୍ବିଟରେ ଲେଖିଥିଲେ, ‘ତେବେ ଆସନ୍ତୁ ଏହି ବ୍ୟକ୍ତିଙ୍କ ଗାଈ ଫେରାଇ ଆଣିବା । କେହି ମତେ ଏହି ବ୍ୟକ୍ତିଙ୍କ ସୂଚନା ଦେଇପାରିବେ ?’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.