ETV Bharat / sitara

ହାଇଦ୍ରାବାଦରୁ ମୁମ୍ବାଇ ଚାଲିଲେ ଫ୍ୟାନ, ଭେଟିବା ପରେ ଭାବବିହ୍ବଳ ସୋନୁ

author img

By

Published : Jun 11, 2021, 11:49 AM IST

ଲୋକଙ୍କ ସେବାରେ ଲାଗିଥିବା ସୋନୁଙ୍କ ପ୍ରଶଂସକଙ୍କ ପାଗଳାମି ବର୍ତ୍ତମାନ ଦେଖିବାକୁ ମିଳୁଛି । ତାଙ୍କର ଝଲକ ଦେଖିବା ପାଇଁ ଆଶ୍ଚର୍ଯ୍ୟକର କାମ କରୁଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: କୋରୋନା କାଳରେ ଅଭାବୀ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସମସ୍ତଙ୍କ ଦେବଦୂତ ସାଜିଛନ୍ତି ଲୋକପ୍ରିୟ ଅଭିନେତା ସୋନୁ ସୁଦ । ସେପଟେ ନିଜ ଦେବଦୂତଙ୍କ ଗୋଟିଏ ଝଲକ ପାଇଁ ପ୍ରଶଂସକଙ୍କ ନାହିଁ ନଥିବା ଚେଷ୍ଟା ଚଳାଇଛନ୍ତି । ଏମିତି ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

ଜଣେ ଫ୍ୟାନ ସୋନୁଙ୍କୁ ଭେଟିବା ପାଇଁ ହାଇଦ୍ରାବାଦାରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି । ଯାହା ବିଷୟରେ ଆଲୋଚନା କରି ଭାବୁକ ହୋଇପଡିଛନ୍ତି ସୋନୁ । ସେ ସେହି ଫ୍ୟାନଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଭେଙ୍କଟେଶ ନାମକ ଏହି ପୁଅ ମତେ ଭେଟିବା ପାଇଁ ଖାଲି ପାଦରେ ଚାଲି ଚାଲି ହାଇଦ୍ରାବାଦରୁ ମୁମ୍ବାଇରେ ପହଞ୍ଚିଛନ୍ତି । ମୁଁ ନିରାଶ ଯେ ତାଙ୍କୁ ହାଇଦ୍ରାବାଦରୁ ମୁମ୍ବାଇ ଆଣିବା ପାଇଁ କିଛି କରିପାରିଲିନି । ସେ ପ୍ରକୃତରେ ପ୍ରେରଣାଦାୟକ ଏବଂ ମୋତେ ଭାବବିହ୍ବଳ କରିଦେଇଛନ୍ତି ।’

ଏହାସହ ସୋନୁ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଯେ ଏଭଳି କୌଣସି କାର୍ଯ୍ୟ ପାଇଁ କାହାରିକୁ ଉତ୍ସାହିତ କରନାହିଁ । କାରଣ ସେମାନେ ଏଭଳି କାମ କରି ନିଜକୁ ବିପଦରେ ପକାଉଛନ୍ତି । ଲଭ ୟୁ ଅଲ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.