ETV Bharat / sitara

ଅନ୍ତିମ ସଂସ୍କାର ଫ୍ରିରେ କରିବାକୁ ସରକାରଙ୍କୁ ସୋନୁଙ୍କ ଅନୁରୋଧ - ଭାଇରାଲ ହେଲା ସୋନୁ ସୁଦଙ୍କ ଭିଡିଓ

ପୁଣି ଦେଶବାସୀଙ୍କ ସେବା ପାଇଁ ସରକାରଙ୍କୁ ଅନୁରୋଧ କଲେ ସୋନୁ । ଏଥର ଅନ୍ତିମ ସଂସ୍କାର ମାଗଣା କରିବାକୁ କହିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
author img

By

Published : May 3, 2021, 12:38 PM IST

ମୁମ୍ବାଇ: ସୋନୁ ସୁଦ ଏକ ବର୍ଷରୁ ଅଧିକ ସମୟ ଧରି କୋରୋନା ରୋଗୀ ଏବଂ ପୀଡିତଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି । ଏହା ସତ୍ତ୍ବେ ମଧ୍ୟ ସେ କିଛି ଲୋକଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ନୁହଁନ୍ତି | ନିକଟରେ ସେ ସରକାରଙ୍କୁ ଅନୁରୋଧ କରିଥିଲେ ଯେ କୋରୋନାରେ ନିଜ ପିତାମାତାଙ୍କୁ ହରାଉଥିବା ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ । ଆଉ ଏବେ କୋରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଅନ୍ତିମ ସଂସ୍କାର ମାଗଣାରେ କରିବାକୁ ଅନୁରୋଧ କରିଛନ୍ତି ସେ ।

ଭିଡିଓ ସେୟାର କରି ସମସ୍ତ ରାଜ୍ୟ ସରକାରଙ୍କୁ ନିବେଦନ କରି କହିଛନ୍ତି, ‘ଆମେ ଲୋକଙ୍କୁ ସାହାଯ୍ୟ କରୁଛୁ, କିନ୍ତୁ ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟକର। ଆମେ ସମସ୍ତେ ସବୁ ସମସ୍ୟାରେ ପହଞ୍ଚିବାକୁ ସକ୍ଷମ ନୁହେଁ। ମୁଁ ସରକାରଙ୍କୁ ଏପରି ନିୟମ କରିବାକୁ ନିବେଦନ କରୁଛି ଯେ ନିଜ ଲୋକଙ୍କୁ ହରାଇଥିବା ପରିବାର କୌଣସି ଟଙ୍କା ଶେଷ ରୀତିନୀତି ପାଇଁ ଖର୍ଚ୍ଚ ନକରନ୍ତୁ। ଏହି ସେବା ଶୀଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍ । ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ମରୁଛନ୍ତି। ଯାହା ପାଇଁ ପରିବାରକୁ 15ରୁ 20 ହଜାର ଟଙ୍କା କେବଳ ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରିବାକୁ ପଡୁଛି । ଯାହା ସମସ୍ତଙ୍କ ପାଇଁ ବର୍ତ୍ତମାନ କଷ୍ଟସାଧ୍ୟ । ଦୟା କରି ଅନ୍ତିମ ସଂସ୍କାର ମାଗଣା କରନ୍ତୁ ।’ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.