ନୂଆଦିଲ୍ଲୀ: ଲକଡାଉନ ଆରମ୍ଭ ହେବା ଦିନଠାରୁ ଦିଲ୍ଲୀ ପୋଲିସ ଦିଲ୍ଲୀବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି । ଏଥିରେ ଦିଲ୍ଲୀ ପୋଲିସ ଦ୍ବାରା ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଇତ୍ୟାଦି ବିତରଣ, ସଚେତନତା ବିସ୍ତାର କରିବା ଏବଂ ଚାଲାଣ କାଟିବା ଆଦି ଅନ୍ତର୍ଭୁକ୍ତ ।
କିନ୍ତୁ ଏହା ସର୍ତ୍ତ୍ବେ ଲୋକଙ୍କ ଅବହେଳାକୁ ଦେଖି ଅଭିନେତା ସୋନୁ ସୁଡ ଏକ ଭିଡିଓ ଜରିଆରେ ଦିଲ୍ଲୀ ପୋଲିସକୁ ସହଯୋଗ କରିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି । ଯାହାଦ୍ବାରା ରାଜଧାନୀରେ କୋରୋନାକୁ ହରାଇପାରିବା ।
ଭିଡିଓରେ ସୋନୁ ଲୋକଙ୍କୁ କହିଛନ୍ତି ଯେ, କିଛି ଦିନ ପରେ ଫେଷ୍ଟିଭାଲର ସିଜିନ ଆସିବ, ଏଭଳି ପରିସ୍ଥିତିରେ, ମାସ୍କ, ସାମାଜିକ ଦୂରତା ଏବଂ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।
ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନ ସହିତ କୋରୋନା ବିପକ୍ଷରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ନଚେତ ଏହି ଭାଇରସକୁ ରୋକିବା ପାଇଁ ସରକାର,ଏବଂ ଲୋକଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ବୃଥା ହେବ । ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ଏହି ଭାଇରସକୁ ପରାସ୍ତ କରିବା ପାଇଁ ଦିଲ୍ଲୀବାସୀଙ୍କ ସହଯୋଗ ଆବଶ୍ୟକ କରେ । ଅନ୍ୟମାନଙ୍କୁ ସଚେତନ କରାଇ ଏବଂ କୋଭିଡ -19 ନିୟମ ଅନୁସରଣ କରି ଆପଣ ଏହି ସହଯୋଗ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ