ETV Bharat / sitara

‘ରାଧେଶ୍ୟାମ’ ନିର୍ମାତାଙ୍କ ମହାନତା, ଫିଲ୍ମ ସେଟକୁ କଲେ ହସ୍ପିଟାଲ

author img

By

Published : May 10, 2021, 2:29 PM IST

‘ରାଧେଶ୍ୟାମ’ ନିର୍ମାତଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । କୋରୋନା ରୋଗୀଙ୍କ ପାଇଁ ଦାନ କଲେ ଫିଲ୍ମ ସେଚ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ପ୍ରଭାସଙ୍କ ‘ରାଧେଶ୍ୟାମ’ର ନିର୍ମାତା କୋଭିଡ -19 ସହିତ ଲଢୁଥିବା ଦେଶବାସୀଙ୍କୁ ସହଯୋଗର ହାତ ବଢାଇଛନ୍ତି । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫିଲ୍ମ ସେଟକୁ ହସ୍ପିଟାଲରେ ପରିଣତ କରିଛନ୍ତି । 50ଟି କଷ୍ଟମ୍ ବେଡ୍, ଷ୍ଟ୍ରେଚର୍, ପିପିଏ ସୁଟ୍, ମେଡିକାଲ୍ ଉପକରଣ ଷ୍ଟାଣ୍ଡ ଏବଂ ଅମ୍ଳଜାନ ସିଲିଣ୍ଡର ବିଶିଷ୍ଟ ଏହି ହସ୍ପିଟାଲ ସେଟ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାକୁ ଦାନ କରାଯାଇଛି । ଯାହାକୁ ଚର୍ଚ୍ଚା ଜୋର ଧରିଛି ।

ସେହିପରି ଏହି ସେଟରେ ‘ରାଧେଶ୍ୟାମ’ର ସୁଟିଂ ଶେଷ କରିସାରିଥିଲେ ମେକର୍ସ । ହାଇଦ୍ରାବାଦର ଏକ ଘରୋଇ ଷ୍ଟୁଡିଓରେ ହସ୍ପିଟାଲ ସେଟ୍ ନିର୍ମାଣ କରାଯାଇଥିଲା । ଫିଲ୍ମର ସୁଟିଂ ପ୍ରାୟ ହୋଇସାରିଥିବାରୁ ନିର୍ମାତା ଏହି ସମ୍ପତ୍ତିକୁ ଭାଙ୍ଗି ସହରର ଏକ ଗୋଦାମକୁ ସ୍ଥାନାନ୍ତର କରିଥିଲେ। ଦେଶରେ କୋରୋନା ମାମଲା ହଠାତ୍ ବୃଦ୍ଧି ହେତୁ ଚିକିତ୍ସା ଉପକରଣର ଅଭାବ ଏବଂ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି। ତେଣୁ ନିର୍ମାତା ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସେଟ୍ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯଦି ଫିଲ୍ମ ବିଷୟରେ କଥା ହେବା ତାହାଲେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ପୂଜା ହେଗଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.