ମୁମ୍ବାଇ: 55 ବର୍ଷ ବୟସରେ ଖୁବ୍ ଫିଟ୍ ନଜର ଆସୁଛନ୍ତି ଫେମସ ଆକ୍ଟର ତଥା ସୁପର ମଡେଲ ମିଲିନ୍ଦ ସୋମନ । ସେ ଫିଟନେସ ମାମଲାରେ ଆଜିର ଯୁବପିଢିକୁ ମାତ୍ ଦେଉଛନ୍ତି । ନିଜକୁ ଫିଟ୍ ରଖିବାକୁ ସବୁବେଳେ ୱାର୍କଆଉଟ କରନ୍ତି ସେ । ଏହାସହ ଫିଟ୍ ରହିବାକୁ ଫ୍ୟାନ୍ସଙ୍କୁ ମଧ୍ୟ ପ୍ରେରଣା ଯୋଗାଆନ୍ତି । ଏବେ ପୁଣିଥରେ ସେ ସମାନ କାମ କରିଛନ୍ତି । ବୁଧବାର ସୋସିଆଲ ମିଡିଆରେ ସେ ନିଜର ଭିଡିଓ ଆଉ ଫଟୋ ସେୟାର କରିଥିଲେ ।
- " class="align-text-top noRightClick twitterSection" data="
">
ଯେଉଁଥିରେ ସେ ପୁସ-ଅପ୍ କରୁଥିବାର ନଜର ଆସୁଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘କେବେ ମୌଳିକ ଜିନିଷକୁ ଭୁଲ ନାହିଁ । ମୁଁ ଯେତେବେଳେ କୁହେ ପୁରା ଦିନ ମୋ ପାଖରେ ସମୟ ନାହିଁ ଏକ୍ସରସାଇଜ କରିବାକୁ, ହେଲେ ତଥାପି ଟିକେ ସମୟ ବାହାର କରିଦିଏ । ଆଉ ଅଧିକାଂଶ ସମୟ ମୁଁ ଏହା ଚାହେଁ । 60 ସେକେଣ୍ଡରେ କେତେ ? କୌଣସି ବାହାନା ନାହିଁ, ସ୍ଥାନ ନାହିଁ, ଯନ୍ତ୍ରପାତି ନାହିଁ, ନିଜ ଶରୀରର ଓଜନ ଚଳାଇବାରେ ସକ୍ଷମ ହେବା ଯଥେଷ୍ଟ ଭଲ କଥା । ଏକ ମିନିଟରେ ପୁସ୍-ଅପ୍ସ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା ଜାରି ରଖ | ଏହା ଆରମ୍ଭ କରିବା ଏକ ଉତ୍ତମ ଲକ୍ଷ୍ୟ, ଏବଂ ଶେଷ କରିବା ପାଇଁ ଏକ ଉତ୍ତମ ଲକ୍ଷ୍ୟ ।’
ସେହିପରି ସେ ଭିଡିଓରେ 40 ପୁସ୍-ଅପ୍ସ କରିଛନ୍ତି । 39 ପର୍ଯ୍ୟନ୍ତ ସେ ନନଷ୍ଟପ୍ ପୁସ୍-ଅପ କରିଛନ୍ତି । ଏହାପରେ ସେ ରେଷ୍ଟ ନେବା ସମୟରେ କ୍ୟାମେରାକୁ ଦେଖି ହସୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଭିଡିଓ...
@IANS