ମୁମ୍ବାଇ: ବି-ଟାଉନର ବାଦଶାହ ଶାହରୁଖ ଖାନ ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି। ସେ ଶେଷଥର ଆନନ୍ଦ ଏଲ ରାୟଙ୍କ ଫ୍ଲପ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା। ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମକୁ ଦେଖିବାକୁ ଖୁବ୍ ବ୍ୟାକୁଳ। କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ଶାହରୁଖ ଖୁବଶୀଘ୍ର ପରଦାକୁ ଫେରିବେ। ଇତିମଧ୍ୟରେ ତାଙ୍କ ଉପରେ ବଲିଉଡର ପ୍ରଯୋଜକ, ଅଭିନେତା କମାଲ ଆର ଖାନ ଏକ ଟ୍ବିଟ କରି ଚର୍ଚ୍ଚାରେ।
ସେ ନିଜ ଟ୍ବିଟରେ ଶାହରୁଖଙ୍କ କ୍ୟାରିୟର ଖରାପ କରିବା ପଛରେ କୋରିଓଗ୍ରାଫର, ନିର୍ମାତା ଫରାହ ଖାନଙ୍କୁ ଦାୟୀ କହିଛନ୍ତି। ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଉପରେ ଅନେକ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କମାଲ ଏକ ପୋଷ୍ଟ କରି ଲେଖିଛନ୍ତି, ‘ନିର୍ଦ୍ଦେଶିକା ଫରାହ ଖାନ, ଶାହରୁଖଙ୍କ କ୍ୟାରିୟର ଖରାପ କରିବାର ଦାୟୀ। ସେ ନିଜର ସବୁଠାରୁ ଖରାପ ଫିଲ୍ମ ହାପି ନ୍ୟୁ ଇୟର ଜରିଆରେ ତାଙ୍କ କ୍ୟାରିୟର ବର୍ବାଦ କରିଛନ୍ତି। ଆଉ ଦୁର୍ଭାଗ୍ୟବଶତଃ ଶାହରୁଖ ଏହାପରେ ଦିଲୱାଲେ, ଫ୍ୟାନ, ରଈସ, ଜିରୋ ଭଳି ଖରାପ ଫିଲ୍ମରେ ଅଭିନୟ କରିଥିଲେ।’ ଏପରି ଟ୍ବିଟ କରି ସେ ଫରାହଙ୍କୁ ଟାର୍ଗେଟ କରିଛନ୍ତି ।
ପ୍ରକାଶ ଥାଉକି ସୋସିଆଲ ମିଡିଆରେ ସବୁବେଲେ ଆକ୍ଟିଭ ରହୁଥିବା କମାଲ ରାଜନେତାଙ୍କ ଠୁ ନେଇ ସେଲିବ୍ରିଟିଙ୍କୁ ଟାର୍ଗେଟ କରି ଟ୍ବିଟ କରିଥାଆନ୍ତି । ଆଉ ସାମାଜିକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିବାକୁ କେବେ ଭୁଲନ୍ତି ନାହିଁ ।