ETV Bharat / sitara

ସଲମାନଙ୍କୁ ଟାର୍ଗେଟ କରି ଏମିତି କିଛି କହିଲେ କମାଲ - ସଲମାନ ଖାନଙ୍କ ଉପରେ କମାଲ ଆର ଖାନଙ୍କ ଟ୍ବିଟ

ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା କମାଲ ଆର ଖାନ ଏବେ ବି-ଟାଉନର ଭାଇଜାନ ସଲମାନ ଖାନଙ୍କ ଉପରେ ଟ୍ବିଟ କରି ଚର୍ଚ୍ଚାରେ । ସଲମାନଙ୍କୁ ନିଜ ଫିଲ୍ମ ସ୍କ୍ରିପ୍ଟ ନଲେଖିବାକୁ ଦେଲେ ପରାର୍ମଶ ।

kamaal r khan and salman khan
ଡିଜାଇନ ଫଟୋ
author img

By

Published : Dec 26, 2019, 7:01 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ବକ୍ସ ଅଫିସରେ 6 ଦିନ ମଧ୍ୟରେ ପାଖାପାଖି 115 କୋଟି ଟଙ୍କା ଆୟ କରିସାରିଲାଣି । ଫିଲ୍ମକୁ କିନ୍ତୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଇତିମଧ୍ୟରେ ଅଭିନେତା ଓ ପ୍ରଯୋଜକ କମାଲ ଆର ଖାନ ପୁଣିଥରେ ସଲମାନ ଓ ତାଙ୍କ ଫିଲ୍ମ ଉପରେ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି । ଏମିତି ପ୍ରଥମଥର ହୋଇନାହିଁ ଯେବେ ସଲମାନଙ୍କୁ ଟାର୍ଗେଟ କରିଛନ୍ତି କମାଲ । ବର୍ତ୍ତମାନ କମାଲଙ୍କ ନୂଆ ଟ୍ବିଟରରେ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@କମାଲ ଆର ଖାନ

ସେ ଟ୍ବିଟରେ ଲେଖିଛନ୍ତି, ‘ସଲମାନ ଖାନ ଏହି ଖୁଲାସା କରିଥିଲେ କି ତାଙ୍କୁ ଚତୁର୍ଥ ଶ୍ରେଣୀରେ ସ୍କୁଲରୁ ବାହର କରିଦିଆ ଯାଇଥିଲା। ଭାଇ ଏବେ ଆପଣ ନିଜର ଆଇକ୍ୟୁ ଜାଣିଛନ୍ତି ଆଉ ପୁଣି ବି ନିଜ ଫିଲ୍ମର ସ୍କ୍ରିପ୍ଟ ଲେଖୁଛନ୍ତି । କିଛି ନହେଲେ ନାହିଁ ନିଜ ସ୍କୁଲ ଦିନକୁ ମନେ ପକାଇ ଏପରି ଏକ୍ସପେରେମେଣ୍ଟ କରନ୍ତୁ ନାହିଁ । ଅନ୍ୟକୁ ତୁମ ପାଇଁ ସ୍କ୍ରିପ୍ଟ ଲେଖିବାକୁ ଦିଅ । ଲଭ ୟୁ ଭାଇ ।’

ପ୍ରକାଶ ଥାଉକି କମାଲ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସିବା ସହ ସାମାଜିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦିଅନ୍ତି । କେବଳ ସାମାଜିକ ପ୍ରସଙ୍ଗ ନୁହେଁ ସେ ପ୍ରାୟତଃ ସେଲିବ୍ରିଟିଙ୍କଠୁ ନେଇ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରି ଅନେକ କଥା ସୋସିଆଲ ମିଡିଆରେ ଶୁଣାଇଥାନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.