ନୂଆଦିଲ୍ଲୀ: କୋରୋନା ଭାଇରସ ସହ ଲଢୁଥିବା ଦେଶବାସୀଙ୍କ ସେବା ପାଇଁ ସହଯୋଗର ହାତ ବଢାଉଛନ୍ତି ବହୁ ସେଲିବ୍ରିଟି । ଏବେ ଏହି କ୍ରମରେ ସାମିଲ ହେଲେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ।
ଅଭିନେତା ହର୍ଷବର୍ଦ୍ଧନ ଅକ୍ସିଜେନ କନ୍ସଣ୍ଟ୍ରେଟର କିଣିବାକୁ ନିଜ ବାଇକ ବିକି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ।
ହର୍ଷ ଲେଖିଛନ୍ତି, ଅକ୍ସିଜେନ କନ୍ସଣ୍ଟ୍ରେଟର ବଦଳରେ ମୁଁ ମୋ ମୋଟରସାଇକେଲ ବିକ୍ରି କରୁଛି । ହାଇଦ୍ରାବାଦରେ ମତେ ଭଲ କନ୍ସଣ୍ଟ୍ରେଟର ଖୋଜିବାରେ ସାହାଯ୍ୟ କରନ୍ତୁ ।
ନିକଟରେ, ହର୍ଷବର୍ଦ୍ଧନଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଲୋକଙ୍କୁ ସହାୟତା କରିଛନ୍ତି ।
କୋରୋନା ସ୍ଥିତି ଦେଖି ଲୋକପ୍ରିୟ ଗାୟିକା ଲତା ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଅଭିନେତା ସୋନୁ ସୁଦ, ଭୂମି, ସଲମାନ, ସୁନୀଲ,ଅକ୍ଷୟଙ୍କ ସମେତ ଅନେକ କଳାକାର କୋରୋନା ବିରୋଧରେ ଲଢ଼ିବାକୁ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ।