ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏଯାବତ ରହସ୍ୟ ଘେରରେ । ପ୍ରାୟତଃ ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ଖବର ଶୁଣିବାକୁ ମିଳୁଛି । ସେପଟେ ବିହାର ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି । ଏହି ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ବସ୍ତି ଦେଇଛି । କାରଣ ତାଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ସମସ୍ତେ ସିବିଆଇ ଯାଞ୍ଚ ଦାବି କରିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ସୁଶାନ୍ତଙ୍କ କେସରେ ବଲିଉଡ ଆକ୍ଟର ଡିନୋ ମୋରିୟାଙ୍କ ନାମ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ସିଏମ ଓ ବିଜେପି ନେତା ନାରାୟଣ ରାଣେ ଅଭିଯୋଗ ଆଣିଥିଲେ । ସେ ସୁଶାନ୍ତ ଓ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସୁଲାନିଙ୍କ କେସରେ ଅଭିଯୋଗ ଲଗାଇ ଅଭିନେତା ସୁରଜ ପଞ୍ଚୋଲୀ ଓ ଡିନୋଙ୍କ ନାମ ନେଇଥିଲେ ।
ଏହାକୁ ଆଧାର କରି ଡିନୋ ମଙ୍ଗଳବାର ଏକ ଟ୍ବିଟ କରିଥିଲେ, ‘ମୋ ଘରେ ଏମିତି କୌଣସି ପାର୍ଟିର ଆୟୋଜନ ହୋଇନଥିଲା । ଦୟା କରି ଏପରି ଅଭିଯୋଗ ଲଗାଇବା ପୂର୍ବରୁ ଫ୍ୟାକ୍ଟ ଚେକ କରନ୍ତୁ । ମୋ ନାମ ଏଥିରେ ଜବରଦସ୍ତି ଭର୍ତ୍ତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସୁଶାନ୍ତଙ୍କ ମାମଲାରେ ମୋର କୌଣସି ହାତ ନାହିଁ। ’
-
There was never any such gathering at my residence , pls get your facts right before making these allegations. DO NOT drag my name into this as I have no connection whatsoever with this. https://t.co/IsxnKo4k4h
— Dino Morea (@DinoMorea9) August 4, 2020 " class="align-text-top noRightClick twitterSection" data="
">There was never any such gathering at my residence , pls get your facts right before making these allegations. DO NOT drag my name into this as I have no connection whatsoever with this. https://t.co/IsxnKo4k4h
— Dino Morea (@DinoMorea9) August 4, 2020There was never any such gathering at my residence , pls get your facts right before making these allegations. DO NOT drag my name into this as I have no connection whatsoever with this. https://t.co/IsxnKo4k4h
— Dino Morea (@DinoMorea9) August 4, 2020
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ କେସରେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ଦିଶାଙ୍କ ପାଇଁ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । କାରଣ ଦିଶା ଓ ସୁରଜଙ୍କ ସମ୍ପର୍କ ବିଷୟରେ ସବୁକିଛି ଜାଣିଥିଲେ ସୁଶାନ୍ତ ।