ETV Bharat / sitara

ଆନନ୍ଦ ଏଲ ରାୟଙ୍କ ସହ ପୁଣି ହାତ ମିଶାଇଲେ ଆୟୁଷ୍ମାନ

author img

By

Published : Jun 16, 2021, 10:17 AM IST

ନିର୍ଦ୍ଦେଶକ ଆନନ୍ଦଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ । ପୂର୍ବରୁ ଫିଲ୍ମ ପାଇଁ କାର୍ତ୍ତିକ କରିଥିଲେ ସାଇନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିଜର ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’କୁ ନେଇ ବ୍ୟସ୍ତ ଅଛନ୍ତି ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନା । ଇତିମଧ୍ୟରେ ତାଙ୍କ ହାତରେ ଲାଗିଛି ଆଉ ଏକ ଫିଲ୍ମ । ଯାହାକୁ ନେଇ ଚର୍ଚ୍ଚା । ସେ ପୁଣିଥରେ ଫେମସ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହି ଯୋଡି ପୂର୍ବରୁ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ କାମ କରିଥିଲେ । ଏଥର ଆୟୁଷ୍ମାନଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ । ଯେଉଁଥିରେ ସେ ପୂର୍ବରୁ କେବେ ଅଭିନୟ କରିନାହାଁନ୍ତି ।

ସେପଟେ ଆନନ୍ଦଙ୍କ ଏହି ଫିଲ୍ମ ପାଇଁ ଗ୍ରୀନ ସିଗନାଲ ଦେଖାଇସାରିଛନ୍ତି ଆୟୁଷ୍ମାନ । ରିପୋର୍ଟ ଅନୁଯାୟୀ ପ୍ରଥମେ ଏହି ଫିଲ୍ମରେ ଆନନ୍ଦ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ସାଇନ କରାଇଥିଲେ । କିନ୍ତୁ କିଛି ସମସ୍ୟା ପାଇଁ ତାଙ୍କୁ ଫିଲ୍ମରୁ ଆଉଟ୍ କରି ଏବେ ଆୟୁଷ୍ମାନଙ୍କୁ ସାମିଲ କରିଛନ୍ତି ।

କାର୍ତ୍ତିକଙ୍କ ସହ ଏହି ଫିଲ୍ମର କାହାଣୀ ଗ୍ୟାଙ୍ଗଷ୍ଟାର ଡ୍ରାମାକୁ ନେଇ ଆଧାରିତ ହୋଇଥାଆନ୍ତା । ହେଲେ ଆୟୁଷ୍ମାନଙ୍କ ସହ କାହାଣୀରେ କିଛି ପରିବର୍ତ୍ତନ କରିଛନ୍ତି ମେକର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.