ମୁମ୍ବାଇ: ବର୍ତ୍ତମାନ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ ‘ଅନେକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା । ଏବେ ଫିଲ୍ମର ଶେଷ ସିଡ୍ୟୁଲ ସୁଟିଂ ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି ଅଭିନେତା । ସୋମବାର ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ ସେ।
ଇନଷ୍ଟା ଷ୍ଟୋରିରେ ପୋଷ୍ଟ କରି ସେ ଲେଖିଥିଲେ, ‘ଆମେ ଦିଲ୍ଲୀ ଯିବୁ।’ ମଙ୍ଗଳବାର ପୁରା ଟିମ ସହ ଦିଲ୍ଲୀ ଯାତ୍ରା କରିଛନ୍ତି ଆୟୁଷ୍ମାନ । ସେହିପରି ଦ୍ବିତୀୟ ପୋଷ୍ଟରେ ସେ ଜଣାଇଥିଲେ ଅନୁଭବ ସାର୍ ଆଉ ଏକେ ମହତ୍ବପୂର୍ଣ୍ଣ ପ୍ରୋଜେକ୍ଟ ଶେଷ କରିବାକୁ ଯାଉଛନ୍ତି ।
ଯଦି ‘ଅନେକ’ ଫିଲ୍ମ ବିଷୟରେ କଥା ହେବା, ତେବେ ଏହି ଥ୍ରିଲର ଡ୍ରାମା ଫିଲ୍ମରେ ଭିନ୍ନ ଅବତାରରେ ପ୍ରଥମଥର ଆୟୁଷ୍ମାନଙ୍କୁ ଦେଖିବାକୁ ମିଳିବ । ଚଳିତ ବର୍ଷ ସେପ୍ଟେମ୍ବର 17ରେ ରିଲିଜ ହେବ ଫିଲ୍ମ । ଅନୁଭବଙ୍କ ସହ ଆୟୁଷ୍ମାନଙ୍କ ଏହା ଦ୍ବିତୀୟ ଫିଲ୍ମ । ପୂର୍ବରୁ ଏହି ଯୋଡି ବାସ୍ତବ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ଆର୍ଟିକଲ 15’ରେ ଏକାଠି କାମ କରିଥିଲେ ।
ଏହାବ୍ୟତୀତ ଆୟୁଷ୍ମାନଙ୍କ ପାଖରେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ ମଧ୍ୟ ଅଛି । ନିକଟରେ ଫିଲ୍ମର ସୁଟିଂ ଶେଷ କରିଥିଲେ ସେ। ପ୍ରଥମଥର ଫିଲ୍ମରେ ସେକ୍ସୀ ଅଭିନେତ୍ରୀ ବାଣୀ କପୁରଙ୍କ ସହ ରୋମାନ୍ସ କରିବେ ଅଭିନେତା । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ ।