ETV Bharat / sitara

ଆୟୁଷ୍ମାନଙ୍କୁ ଘାରିଛି ଫ୍ୟାନ୍ସଙ୍କ ସ୍ବାସ୍ଥ୍ୟ ଚିନ୍ତା, ଭାଇରାଲ ପୋଷ୍ଟ

author img

By

Published : Jun 24, 2020, 3:44 PM IST

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସ୍ବାସ୍ଥ୍ୟ ଭଲ ରଖିବାକୁ ଆୟୁଷ୍ମାନଙ୍କ ଖାସ୍ ଅପିଲ । ଏଥର ସେ ଇମ୍ୟୁନିଟି ପାୱାର ଉପରେ କଥା ହୋଇ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମା ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମା ଖୁରାନା

ମୁମ୍ବାଇ: ଫେମସ ଆକ୍ଟର ଆୟୁଷ୍ମାନ ଖୁରାନା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ଖାସ୍ ପୋଷ୍ଟ ମଧ୍ୟ କରନ୍ତି । ହେଲେ ଏବେ ତାଙ୍କୁ ଫ୍ୟାନ୍ସଙ୍କ ସ୍ବାସ୍ଥ୍ୟର ଖୁବ୍ ଚିନ୍ତା ଘାରିଛି । କାରଣ ସେ ଫ୍ୟାନ୍ସଙ୍କୁ ସୁସ୍ଥ ରହିବା ପାଇଁ ଖାସ୍ ଅପିଲ କରି ଚର୍ଚ୍ଚାରେ । ସେ ନ୍ୟୁଟ୍ରିସିୟନିଷ୍ଟ ଲୁକେ କୋଟିନ୍ହେ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବହି ‘ଦ ମ୍ୟାଜିକ ଇମ୍ୟୁନିଟି ପିଲ ଲାଇଫଷ୍ଟାଇଲ’ର ଆଲୋଚନା କରି ଫ୍ୟାନ୍ସଙ୍କୁ ସୁସ୍ଥ ରହିବାକୁ କହିଛନ୍ତି ।

ସେ ଲୁକେଙ୍କ ସହ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଆଉ ପୋଷ୍ଟରେ ଜଣାଇଛନ୍ତି ଯେ ଇମ୍ୟୁନିଟି ପାୱାର ସବୁ କିଛି । ଆଉ ଭାବପ୍ରବଣ ଏବଂ ମାନସିକ ସ୍ତରରେ ନିଜକୁ ଦୃଢ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଗତ କିଛି ବର୍ଷ ମଧ୍ୟରେ ମୁଁ ବୁଝିସାରିଛି ଯେ ପ୍ରତିରୋଧକ ଶକ୍ତି ସବୁକିଛି । ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ ସ୍ବାସ୍ଥ୍ୟ ଏବଂ ଫିଟନେସ ଆମର ଖାଦ୍ୟ ଏବଂ ବ୍ୟାୟମ ସହିତ ସମ୍ପୂର୍ଣ୍ଣ ଜଡିତ । ହେଲେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଜଣେ କଳାକାର ଏବଂ ସ୍ବାସ୍ଥ୍ୟପ୍ରେମୀ ଭାବରେ ପ୍ରତିରକ୍ଷା ପ୍ରଣାଳୀ ମୋ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । କାରଣ ମୁଁ ଜୀବନରେ ପ୍ରତ୍ୟେକ ଭୂମିକା ଗ୍ରହଣ କରିବାକୁ ଭଲ ସ୍ବାସ୍ଥ୍ୟ ଆବଶ୍ୟକ କରେ । ଲୁକେ,ଶିଳ୍ପା ସେଟ୍ଟୀ ଆଉ ମୁଁ ଦୀର୍ଘ ସମୟରୁ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧ ଶକ୍ତି ବିଷୟରେ କଥାବାର୍ତ୍ତା କରିଆସୁଥିଲୁ । ଏବେ ମୁଁ ଭାବୁଛି ଯେ ତୁମମାନଙ୍କ ସହ ସେୟାର କରିବାର ଉପଯୁକ୍ତ ସମୟ ଆସିଯାଇଛି ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.