ମୁମ୍ବାଇ: ଭେଟେରାନ ନିର୍ମାତା ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପୁଅ ତଥା ଅଭିନେତା ଅରମାନ କୋହଲିଙ୍କ ସାନଭାଇ ରଜନୀଶ କୋହଲିଙ୍କ ଦେହାନ୍ତ ହୋଇଛି। ଯାହାକୁ ନେଇ ପରିବାରରେ ଶୋକର ଛାୟା । ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ଘଟିଛି। ରଜନୀଶ ଲାଇମଲାଇଟ୍ରୁ ସବୁବେଳେ ଦୂରେଇ ରହୁଥିଲେ ଏବଂ ପ୍ରାୟ 40 ବର୍ଷ ଧରି ତାଙ୍କ ଭାଇ ଅରମାନ ତାଙ୍କର ପୁଅ ଭଳି ଯତ୍ନ ନେଉଥିଲେ।
ଅରମାନଙ୍କ ପିତା ରାଜକୁମାର ଜଣେ ଫେମସ ଫିଲ୍ମ ନିର୍ମାତା । ହେଲେ ଅରମାନଙ୍କ ଭଳି ରଜନୀଶ ଏତେ ସଫଳ ପାଇପାରିନଥିଲେ । ଅରମାନ ବଲିଉଡରେ ଏବଂ ପରେ ଟିଭିରେ ମଧ୍ୟ କାମ କରିଥିଲେ। ଅରମାନ ରିୟାଲିଟି ଶୋ ବିଗବସ 7 ରେ ମଧ୍ୟ ପ୍ରତିଯୋଗୀ ରୂପେ ନଜର ଆସିଥିଲେ ।
ହେଲେ ରଜନୀଶ କୌଣସି ଷ୍ଟାର ନଥିଲେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ ପରିବାର ଲୋକେ ।