ETV Bharat / sitara

ବଲିଉଡରେ ଅର୍ଜୁନଙ୍କ 9 ବର୍ଷ, ମା'ଙ୍କ ପାଇଁ ହେଲେ ଭାବବିହ୍ବଳ

author img

By

Published : May 11, 2021, 3:06 PM IST

ଭାଇରାଲ ହେଲା ଅର୍ଜୁନ କପୁରଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ମା'ଙ୍କୁ ମନେ ପକାଇ ଇମୋସନାଲ ହେଲେ ଅଭିନେତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ 9 ବର୍ଷର ଯାତ୍ରା ପୂରଣ କଲେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର । ସେ ଫିଲ୍ମ ‘ଇସ୍କଜାଦେ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଅବସରରେ ସେ ମା'ଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି । ସବୁବେଳେ ମା'ଙ୍କ ସହ ନିଜ ପୁରୁଣା ସ୍ମୃତି ସେୟାର କରୁଥିବାର ଅର୍ଜୁନ ଏଥର ମଧ୍ୟ ସମାନ କାମ କରି ଚର୍ଚ୍ଚାରେ ।

ସେ ସୋମବାର ମା' ‘ମୋନା କପୁରଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ଗତ କାଲି ମଦର୍ସ ଡେ ଥିଲା । ଯାହା ମତେ ଆଦୌ ଭଲ ଲାଗୁନାହିଁ । 11 ତାରିଖରେ ଜଣେ ଅଭିନେତା ଭାବରେ ମୋର ନଅ ବର୍ଷ ହେବ କିନ୍ତୁ ମୁଁ ତୁମ ବିନା ହଜିଯାଇଥିବା ଭଳି ଅନୁଭବ କରୁଛି । କେବଳ ଏହି ଫଟୋ ସହିତ ମୁଁ ଆଶା କରୁଛି ତୁମେ ହସୁଛ ଏବଂ ମୋ ପଛରେ ଠିଆ ହୋଇଛ ।’

ପ୍ରକାଶ ଥାଉକି ଅର୍ଜୁନଙ୍କ ଡେବ୍ୟୁ ଫିଲ୍ମ ‘ଇସ୍କଜାଦେ୍’ ରିଲିଜର କିଛି ଦିନ ପୂର୍ବରୁ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ସେହିପରି ଏହି ଫିଲ୍ମ 2012 ମେ 11ରେ ରିଲିଜ ହୋଇଥିବା ବେଳେ ମୋନାଙ୍କ ମୃତ୍ୟୁ ମାର୍ଚ୍ଚ 25ରେ ହୋଇଥିଲା । ଏହି ଘଟଣାକୁ ନେଇ ସବୁବେଳେ ଦୁଃଖି ନଜର ଆସନ୍ତି ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.