ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଆଗାମୀ ଯାଞ୍ଚ ସିବିଆଇ କରିବ । ଏହି ଖବର ବର୍ତ୍ତମାନ ସେହିମାନଙ୍କୁ ଶାନ୍ତି ଦେଇଛି ଯେଉଁ ମାନେ ଦୀର୍ଘ ସମୟରୁ ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତା ଅନୁପମ ଖେର ସ୍ବର୍ଗୀୟ ଅଭିନେତା ସୁଶାନ୍ତଙ୍କ ସୁସାଇଡ ମାମଲାରେ ଏବେ ମୁହଁ ଖୋଲିଛନ୍ତି । ନିକଟରେ ତାଙ୍କ ମୃତ୍ୟୁରେ ଦୁଃଖି ଥିବା କଥା ସେ ପ୍ରକାଶ କରିଥିଲେ।
-
Sushant’s family & fans deserves to know the truth. So much has been said, there are so many conspiracy theories, but it is not about who stands on which side anymore, it is about ensuring, that this case reaches a logical conclusion. We must know the truth.🙏#JusticeforSushant pic.twitter.com/leL6ItKFuu
— Anupam Kher (@AnupamPKher) August 4, 2020 " class="align-text-top noRightClick twitterSection" data="
">Sushant’s family & fans deserves to know the truth. So much has been said, there are so many conspiracy theories, but it is not about who stands on which side anymore, it is about ensuring, that this case reaches a logical conclusion. We must know the truth.🙏#JusticeforSushant pic.twitter.com/leL6ItKFuu
— Anupam Kher (@AnupamPKher) August 4, 2020Sushant’s family & fans deserves to know the truth. So much has been said, there are so many conspiracy theories, but it is not about who stands on which side anymore, it is about ensuring, that this case reaches a logical conclusion. We must know the truth.🙏#JusticeforSushant pic.twitter.com/leL6ItKFuu
— Anupam Kher (@AnupamPKher) August 4, 2020
ଆଉ ଏବେ ଟ୍ବିଟରରେ ନିଜର ଏକ ଭିଡିଓ ସେୟାର ସେ କହିଛନ୍ତି, ‘ସୁଶାନ୍ତଙ୍କ କାହାଣୀ ଜୁନ 14ରୁ ଆଜିର ଦିନରେ ଆସି ପହଞ୍ଚିଛି । ଏତେ ଉତ୍ଥନ-ପତନ ପରେ ଏହା ଉପରେ ନକହିବା ଅଣଦେଖା କରିବା ଭଳି । ଅନେକ ଦିନ ପର୍ଯ୍ୟନ୍ତ ମୁଁ କିଛି କହିନଥିଲି । ହୁଏତଃ ଅନେକ ଲୋକ ଏହି ମାମଲାରେ କିଛି କହିବାକୁ ଚାହୁଁନଥିବେ । କାରଣ ଜଣାନାହିଁ କଣ କହିଲେ ଠିକ୍ ହେବ ।
ହେଲେ ବର୍ତ୍ତମାନ ଯେଉଁ ପରିସ୍ଥିତି ଦୃଶ୍ୟମାନ ହେଉଛି, କାହାକୁ ଦାୟୀ ନକରି ଏହା ଆମର କର୍ତ୍ତବ୍ୟ ଯେ ଏହାକୁ ଲଜିକାଲ ଏଣ୍ଡ ପର୍ଯ୍ୟନ୍ତ ନେବା ଦରକାର । ଜଣେ ସହ-କଳାକାର ହେବା ରୂପେ, ଜଣେ କୋ-ଆକ୍ଟର ଜଣେ ମଣିଷ ହେବା ରୂପେ ଭାବିବା ଦରକାର ସେ ମଧ୍ୟ କାହାର ପୁଅ, ଭାଇ। ତାଙ୍କ ପୁରା ପରିବାର ଏବଂ ଫ୍ୟାନ୍ସଙ୍କୁ ପୁରା ଅଧିକାର ଅଛି ତାଙ୍କ ମୃତ୍ୟୁ କାରଣ ଜାଣିବାକୁ ।’