ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ ଅନିଲ କପୁର ଆଜି ମଧ୍ୟ ଅନେକ ୟଙ୍ଗ ଷ୍ଟାର୍ସଙ୍କୁ ଫିଟନେସ ମାମଲାରେ ମାତ ଦେଉଛନ୍ତି । ସେ ସବୁବେଳେ ନିଜକୁ ଏତେ ଫିଟ୍ ରଖୁଛନ୍ତି ଯେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେ 63 ବର୍ଷ ବୟସରେ ମଧ୍ୟ ୟଙ୍ଗ କିପରି ରହୁଛନ୍ତି । ସବୁ ଫିଲ୍ମରେ ତାଙ୍କ ମଧ୍ୟରେ ୟଙ୍ଗ ଷ୍ଟାର୍ସଙ୍କ ଭଳି ଏନର୍ଜି ଦେଖିବାକୁ ମିଳିଥାଏ । ଏହି ଏନର୍ଜି ପାଇଁ ସେ କେତେ ପରିଶ୍ରମ କରନ୍ତି ହୁଏତଃ ଫ୍ୟାନ୍ସଙ୍କୁ ଜଣାନାହିଁ । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଏକ ଭିଡିଓରୁ ସମସ୍ତଙ୍କୁ ଜଣାପଡିଯିବ ଯେ ସେ କିପର ନିଜକୁ ଫିଟ୍ ରଖୁଛନ୍ତି ।
ଇନଷ୍ଟାଗ୍ରାମରେ ଅନିଲ ସେୟାର କରିଥିବା ଭିଡିଓରେ ରନିଂ କରୁଥିବାର ଦେଖାଯାଉଛନ୍ତି । ସେହିପରି ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି, ମୁଁ ପୁଣିଥରେ ରନିଂ ଆରମ୍ଭ କରୁଛି । ଏଥିରୁ ଜଣାପୁଡିଛି ଯେ ସେ ନିଜ ୱାର୍କଆଉଟ ରୁଟିନରେ ପୁଣି ରନିଂ ସାମିଲ କରୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...
- View this post on Instagram
Back at it! 🏃🏻♂️ #startingagain #mondaymotivation @yohanblake @movevo.fit @marcyogimead
">
ପ୍ରକାଶ ଥାଉକି ମାର୍ଚ୍ଚରେ ରିଲିଜ ହୋଇଥିବା ଅନିଲଙ୍କ ମଲ୍ଟି ଷ୍ଟାରର ଫିଲ୍ମ ମଲଙ୍ଗ । ଯେଉଁଥିରେ ତାଙ୍କ ଦମଦାର ଅଭିନୟର ଖୁବ୍ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମରେ ତାଙ୍କ ସହ ଆଦିତ୍ୟ ରାୟ କପୁର, ଦିଶା ପଟାନୀ, କୁନାଲ ଖେମୁ ମଧ୍ୟ ଭୂମିକାରେ ଅଭିନୟ କରିଥିଲେ । ମୋହିତ ସୁରୀଙ୍କ ମଲଙ୍ଗ ଏକ ରୋମାଣ୍ଟିକ, ଆକ୍ସନ, ଥ୍ରିଲର ଫିଲ୍ମ ଥିଲା ।