ମୁମ୍ବାଇ: ନୂଆ ୱେବ ସିରିଜ ‘ଜିତ୍ କା ଜିଦ୍’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ ଅମିତ ସାଧ । ଗତ ବର୍ଷ ଯାହାର ସୁଟିଂରେ ବ୍ୟସ୍ତ ଥିଲେ ଅଭିନେତା । ହେଲେ ରବିବାର ସେ ସୋସିଆଲ ମିଡିଆରୁ ବ୍ରେକ ନେବା ସହ ଫ୍ୟାନ୍ସଙ୍କୁ ପରାର୍ମଶ ଦେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ରକ୍ଷଣାବେକ୍ଷଣ ପାଇଁ ମୋ ଟନେଲକୁ ଯିବା । ପରସ୍ପର ପ୍ରତି ଭଲ ହୁଅନ୍ତୁ, ପରସ୍ପର ପ୍ରତି ଦୟାଳୁ ହୁଅନ୍ତୁ ଏବଂ ଇଣ୍ଟରନେଟରେ ଏତେ ସମୟ ବିତାନ୍ତୁ ନାହିଁ । ଆପଣଙ୍କ ଚାରିପାଖରେ ସୁନ୍ଦର ସୁନ୍ଦର ଜୀବନ ଅଛି । ଏହାକୁ ଆଲିଙ୍ଗନ କର ଜୀବନ ବଞ୍ଚିବାକୁ ଚେଷ୍ଟା କର ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଅମିତ ସିରିଜ ‘ଜିତ୍ କା ଜିଦ୍’ରେ ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ । ଏହି ସିରିଜ ସ୍ପେଶାଲ ଟାସ୍କ ଫୋର୍ସର ମେଜର ଦୀପ ସେଙ୍ଗରଙ୍କ ପ୍ରକୃତ କାହାଣୀ ଉପରେ ଆଧାରିତ, ଯିଏକି କାରଗିର ଯୁଦ୍ଧରେ ସାହସ ସହ ଲଢି ହ୍ବିଲ ଚେୟାରରେ ଫେରିଥିଲେ । ଡାକ୍ତର ଆଶା ଛାଡିଥିବା ବେଳେ ଦୀପ ପୁଣିଥରେ ସଂଘର୍ଷ କରି ପୂର୍ବ ପରି ନିଜକୁ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ ।
ଜି5ର ଏହି ସିରିଜର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ବିଶାଲ ମାଙ୍ଗାଲୋରକର । ସେହିପରି ଅମିତଙ୍କ ସହ ଏଥିରେ ନଜର ଆସିବେ ଅଭିନେତ୍ରୀ ଅମୃତା ପୁରୀ ଏବଂ ସୁଶାନ୍ତ ସିଂ ।
@IANS